ଟିଭିରେ ମ୍ୟାଚ୍ ଦେଖି ତୀରନ୍ଦାଜୀ ଶିଖିବା ପାଇଁ ଜିଦ୍ କରିଥିଲେ କୁନି ଝିଅ ଦୀପିକା : ମାତ୍ର ୪ ମାସର ଅଭ୍ୟାସ ପରେ ଜିତିଲେ ପ୍ରଥମ ମ୍ୟାଚ୍

35

ଛୋଟ ବୟସରେ ସାଧାରଣତଃ ପିଲାମାନେ ଖେଳାବୁଲା କରିବା ନୂଆ ନୂଆ ଖେଳନା କିଣିବା କିମ୍ବା ନୂଆ ପୋଷାକ କିଣିବା ପାଇଁ ଜିଦ୍ ଧରିଥାଆନ୍ତି । ପିଲାବେଳୁ ତାଙ୍କର ସେପରି କିଛି ଲକ୍ଷ୍ୟ ନଥାଏ । ଆମେ ବି ଛୋଟବେଳେ ସ୍କୁଲ ଯିବା ବ୍ୟତୀତ ଖେଳାବୁଲା କରିବା ଓ ମଜାମସ୍ତି କରିବା ପାଇଁ ଅଧିକ ପସନ୍ଦ କରୁଥିଲେ । ପିଲାବେଳେ ଅଧିକରୁ ଅଧିକ ସମୟ ବୁଲାବୁଲିରେ କଟୁଥିଲା । ତେବେ କିଛି କିଛି ପିଲା ପିଲା ଥାଆନ୍ତି ଯେଉଁମାନେ ପିଲାବେଳୁ ହିଁ ନିଜ କିଛି ଭିନ୍ନ କରିବା ପାଇଁ ସ୍ୱପ୍ନ ଦେଖିଥାଆନ୍ତି । ଆଉ ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେମାନଙ୍କ ଲକ୍ଷ୍ୟ ପୂରଣ ହେବାସହ ସ୍ୱପ୍ନ ମଧ୍ୟ ପୂରଣ ହୋଇଯାଏ ।

ତୁଳସୀ ଦୁଇ ପତ୍ରରୁ ବାସେ । କିଛି ପିଲା ଥାଆନ୍ତି ଯେଉଁମାନଙ୍କ ପ୍ରତିଭା ଛୋଟବେଳୁ ଜଣାପଡ଼ିଯାଏ । ଏପରି ଜଣେ କୁନି ଝିଅ ହେଲେ ମଧ୍ୟପ୍ରଦେଶର ଦୀପିକା କୁୱଁର ରାଠୋର । ଯେଉଁ ସମୟରେ ସବୁ ପିଲାମନେ ଖେଳକୁଦରେ ସମୟ କାଟୁଛନ୍ତି, ସେହି ସମୟରେ ମଧ୍ୟପ୍ରଦେଶର ଏକ ଛୋଟ ଗାଁର ଝିଅ ଦୀପିକା ଟିଭି ଦେଖି ତୀରନ୍ଦାଜି ଶିଖିବା ପାଇଁ ଲକ୍ଷ୍ୟ ରଖିିଥିଲେ । ନିମ୍ନ ମଧ୍ୟବିତ୍ତ ପରିବାରର ହୋଇଥିବାରୁ ତାଙ୍କ ପାଇଁ ଏସବୁ ଏତେ ସହଜ ନଥିଲା । ଗାଁରେ ସୁବିଧା ନଥିଲା ତଥାପି ଝିଅର ଆଗ୍ରହ ଦେଖି ଦୀପିକାଙ୍କ ବାପା ତାକୁ ଉତ୍ସାହିତ କରୁଥିଲେ । ଏବଂ ପ୍ରଶିକ୍ଷଣ ପାଇଁ ଘର ଠାରୁ ୧୦୦ କିମି ଦୂର ସୁଜାଲପୁର ନେଇଯାଇଥିଲେ । ଆଉ ସେଠାରେ ଲୋକେନ୍ଦ୍ର ସିଂ ତୋମାରଙ୍କ ଠାରୁ ପ୍ରଶିକ୍ଷଣ ଦେଇଥିଲେ । ମାତ୍ର ୧ ମାସ ପାଇଁ ଦୀପିକା ସେଠାରେ ପ୍ରଶିକ୍ଷଣ ନେଇଥିଲେ ।

ଝିଅ ୧୦୦ କିମି ଦୂରରେ ଥିବାରୁ ବାପାମା’ ସବୁବେଳେ ଚିନ୍ତିତ ଥିଲେ । ଆଉ ଶେଷରେ ଝିଅକୁ ଘରକୁ ନେଇ ଆସିଲେ । ତେବେ ଅଭ୍ୟାସ ପାଇଁ ୧୨ ହଜାର ଟଙ୍କା ଖର୍ଚ୍ଚ କରି ଝିଅ ପାଇଁ ତୀର ଓ କମାଣ କିଣିଆଣିଥିଲେ । ଏବଂ ଜମିର ଏଖ ଅଂଶରେ ଅଭ୍ୟାସସ୍ଥଳ ତିଆରି କରିଥିଲେ ।

ଆଉ ଦୀପିକା ସେଠାରେ ସକାଳେ ଓ ସନ୍ଧ୍ୟାରେ ଅଭ୍ୟାସ ଜାରି ରଖିଥିଲେ । ଏବଂ ଅଗଷ୍ଟରେ ସୁଜାଲପୁର ରେ ଅନୁଷ୍ଠିତ ହୋଇଥିବା ତୀରନ୍ଦାଜୀ ପ୍ରତିଯୋଗୀତାରେ ଭାଗ ନେଇଥିଲେ । ଆଉ ମାତ୍ର ଏକ ମାସ ପ୍ରଶିକ୍ଷଣ ନେଇ ମଧ୍ୟ ସେ ପ୍ରଥମ ମ୍ୟାଚ୍ ଜିତି ଯାଇଥିଲେ । ତେବେ କେବଳ ଯେ ଦୀପିକା ପ୍ରଥମ ମ୍ୟାଚ୍ ଜିତିଥିଲେ ତା’ ନୁହେଁ ଏବେ ସେ ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଯାଇଛନ୍ତି । ତେବେ ଫାଇନାଲ ଜିତିଗଲେ ଜାତୀୟ ସ୍ତରରେ ତୀରନ୍ଦାଜି କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଯିବେ ଦୀପିକା । ଆଉ ତାଙ୍କ ବାପା ଦୃଢ଼ ଆଶା ରଖିଛନ୍ତି ଝିଅ ନିଶଚ୍ୟ ପ୍ରତିଯୋଗିତା ଜିତିବ ।

ମାତ୍ର ୪ ମାସରେ ଜୀରନ୍ଦାଜୀ ଶିଖି ଏତେ ପର୍ଯ୍ୟନ୍ତ ଆସିପାରିଛନ୍ତି ଦୀପିକା । ତାଙ୍କ ବାପା କହିଛନ୍ତି ଦୀପିକା ଯେତେବେଳେ ମାତ୍ର ୯ ବର୍ଷର ହୋଇଥିଲେ ସେତେବେଳେ ଟିଭିରେ ଦିନେ ତୀରନ୍ଦାଜୀର ମ୍ୟାଚ୍ ଦେଖୁଥିଲେ । ଆଉ ଟିଭି ଦଖି ତୀରନ୍ଦାଜୀ ଶିଖିବା ପାଇଁ ଜିଦ କରଥିଲେ । ବାପା ମୋତେ ଏହି ଖେଳ ବହୁତ ଭଲ ଲାଗୁଛି ବୋଲି କହିଥିଲେ । ମୁଁ ବି ଏହି ଖେଳ ଶିଖିବି ଏବଂ ବଡ଼ ହୋଇ ମେଡ଼ାଲ ଆଣିବି ବୋଲି ବାପାଙ୍କୁ ବାରମ୍ବାର କହୁଥିଲେ । ତେବେ ଦୀପିକାଙ୍କ ଏହି ସଫଳତାରେ ତାଙ୍କ ବାପା ଖୁସିରେ ଆତ୍ମହରା ହୋଇ କହିଛନ୍ତି, ଝିଅ ବଡ଼ ହେଲେ ନିଶ୍ଚୟ ଦେଶ ପାଇଁ ମେଡ଼ାଲ ଆଣିବ ।