ଔଷଧୀୟ ବୃକ୍ଷ ଚାଷ କରି ଖୋଲିଗଲା ଭାଗ୍ୟ : ଏବେ ମାସକୁ ୧ଲକ୍ଷ ଟଙ୍କା ଆୟ କରୁଛନ୍ତି ଉତ୍ତରପ୍ରଦେଶର ଆଦେଶ

116

ଉତ୍ତରପ୍ରଦେଶ ମେରଠର ବାସିନ୍ଦା ଆଦେଶ କୁମାର ଏବେ ମାସକ ଏକ ଲକ୍ଷ ଟଙ୍କା ଆୟ କରୁଛନ୍ତି । ୫ ବର୍ଷର ବେସରକାରୀ ଚାକିରି କାଳରେ ତାଙ୍କୁ କେବେ ୧୦ ହଜାର ଟଙ୍କା ମଧ୍ୟ ଦରମା ମିଳୁନଥିଲା । କିନ୍ତୁ ଚାକିରି ଛାଡ଼ିବା ପରେ ପରେ ତାଙ୍କ ଭାଗ୍ୟ ଖୋଲିଯାଇଥିଲା । ଏବେ ସେ ମାସକୁ ପାଖାପାଖି ୧ ଲକ୍ଷ ଟଙ୍କା ଆୟ କରୁଛନ୍ତି । ଔଷଧୀୟ ବୃକ୍ଷ ସତାବରୀ ଲଗାଇ ସେ ଏବେ ଭଲ ଆୟ କରିବା ସହ ଜଣେ ସଫଳ ଚାଷୀ ମଧ୍ୟ ହୋଇପାରିଛନ୍ତି । ସତାବରୀ ଏ ଗ୍ରେଡ଼ର ଔଷଧୀୟ ବୃକ୍ଷ । ୧୮ ମାସରେ ଏହାର ଫସଲ ଅମଳ ଅହୁଏ । ସତାବରୀର ମୂଳରୁ ଔଷଧ ତିଆରି ହୁଏ ।

ମେରଠର ଦଲାଲପୁରରେ ରହୁଥିବା ଆଦେଶ କୁମାର ଏଗ୍ରିକଲଚରେ ସ୍ନାତକୋତ୍ତୋର କରିଛନ୍ତି । ପାଠ ପଢ଼ିସାରିବା ପରେ ସେ ଏକ ବେସରକାରୀ କମ୍ପାନୀରେ ଚାକରି କରିଥିିଲେ, ଯେଉଁଠି ତାଙ୍କୁ ମାତ୍ର ୭ ହଜାର ଟଙ୍କା ଦରମା ମିଳୁଥିବଲା । ୫ ବର୍ଷର ଚାକିରିକାଳ ଭିତରେ ତାଙ୍କୁ କେବେ ବି ୧୦ ହଜାର ଟଙ୍କା ଦରମା ମିଳିନାହିଁ । ତେବେ ସତାବରୀ ଚାଷ ତାଙ୍କ ଭାଗ୍ୟ ବଦଳାଇଦେଇଥିଲା ।

ଆଦେଶଙ୍କ କହିବା ଅନୁସାରେ ସେ ଚାକିରିକାଳ ସମୟରେ ଅନୁମାନ କରିଥିଲେ ବଜାରରେ ଔଷଧୀୟ ବୃକ୍ଷର ଚାହିବା ଅଧିକ । ତେଣୁ ସେ ଶତାବରୀ ଚାଷ କରିବା ପାଇଁ ମନସ୍ଥ କରିଥିଲେ । ଶତାବରୀ ର ଉପଯୋଗ ବିଭିନ୍ନ ଟ୍ରେନିଂ ନେବା ପରେ ସେ ଏକ ସରକାରୀ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଋଣ ଆଣି ସତାବରୀ ଚାଷ ଆରମ୍ଭ କରିଥିଲେ । ତେବେ ଏହି ଚାଷକରୁ ତାଙ୍କୁ ସଫଳତା ମଳିଥିଲା । ସେ ଆଉ ପଛକୁ ଫେରିଚାହିଁନଥିଲେ । ଏବେ ସେ ଅନ୍ୟ ଚାଷୀଙ୍କୁ ସତାବରୀ ଚାଷ କିପରି କରାଯିବ ସେ ନେଇ ପ୍ରଶିକ୍ଷିତ କରାଉଛନ୍ତି । ସରକାରଙ୍କ ସହାୟତାରେ ଆଦେଶ ତାଙ୍କ ଗାଁରେ ଏକ କୃଷି ସେବା କେନ୍ଦ୍ର ଖୋଲିଛନ୍ତି । ତାଙ୍କ କହିବା ମୁତାବକ ବ୍ୟବସାୟ କରି ସେ ଏବେ ବାର୍ଷିକ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଆୟ କରିପାରୁଛି ।