ଚାକିରି ପାଇବେ କିପରି ? ମନ୍ତ୍ର ଦେଲେ ଓଡ଼ିଶା ସ୍କିଲ ଡେଭଲେପମେଂଟ ଅଧ୍ୟକ୍ଷ ସୁବ୍ରତ୍ ବାଗଚି

552

କନକ ବ୍ୟୁରୋ : ଓଡ଼ିଶା ନିର୍ମାଣ କନକ୍ଲେଭ ୨୦୧୯ରେ ସହଜରେ ଚାକିରି ପାଇବା ପାଇଁ ମନ୍ତ୍ର ଦେଇଛନ୍ତି ଓଡ଼ିଶା ସ୍କିଲ ଡେଭଲେପମେଂଟ ଅଧ୍ୟକ୍ଷ ସୁବ୍ରତ୍ ବାଗଚି । ଚାକିରି ପାଇବା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି ସୁବ୍ରତ୍ ବାଗଚି ।

୧- ମୁଁ ନିଜେ ନିଜକୁ ଠକବି ନାହିଁ –
ପ୍ରଥମେ ନିଜକୁ ନିଜେ କିପରି ନଠକିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । କୌଣସି ଚାକିରିକୁ ଛୋଟ କିମ୍ବା ବଡ଼ ଭାବନ୍ତୁ ନାହିଁ ।

୨- ଶିକ୍ଷା ସହିତ ଦକ୍ଷତାକୁ ଯୋଡ଼ିବା –
ଶିକ୍ଷା ସହ ଅନ୍ୟାନ୍ୟ ଦିଗରେ ମଧ୍ୟ ଦକ୍ଷ ହୁଅନ୍ତୁ । କେବଳ ପାଠ ନୁହେଁ ବିଭିନ୍ନ ଦକ୍ଷତା ବିକାଶ ଟ୍ରେନିଂ ନେବା ଆବଶ୍ୟକ । ଶିକ୍ଷା ଅଛି ଦକ୍ଷତା ଥିଲେ ଚାକିରି ନିଶ୍ଚିତ ମିଳିବ । କେବଳ କାମ କରିବାର ମନୋବୃତ୍ତତ୍ତି ନାହିଁ ସେ ହିଁ ବେକାର ହୋଇ ବୁଲୁଛି ।

୩- କପି ନକରି ପାଠ ପଢ଼ିଲେ ଚାକିରି ଗୋଡ଼ାଇବ –
ପାଠ ପଢ଼ି ପରୀକ୍ଷା ଦିଅନ୍ତୁ । କପି ନକରି ପାଠ ପଢ଼ିଲେ ଚାକିରି ଆପେ ଆପେ ଗୋଡ଼ାଇବ ।

୪- କୌଣସି ବି ଚାକିିରି ଛୋଟ ନୁହେଁ –
ଯେଉଁ ପାଠ ପଢ଼ିଛି କେବଳ ସେହ କ୍ଷେତ୍ରରେ ଚାକିରି କରିବି ବୋଲି ମନସ୍ଥ କରିବା ଠିକ୍ ନୁହେଁ  ।
୫-ଚାକିିରିଆଙ୍କୁ କେଉଁ ପ୍ରଶ୍ନ କରିବେ ?
ଯଦି କେହି ଚାକିରି କରିଛନ୍ତି, ତେବେ କେତେ ଦରମା ମିଳୁଛି ବୋଲି ପ୍ରଶ୍ନ କରନ୍ତୁନି । ବରଂ ଚାକିରି କିପରି ପାଇଲ ସେ ଉପରେ ପ୍ରଶ୍ନ କରନ୍ତୁ ।

୬- ପୋଥି ବାଇଗଣ ପାଠ ଆଉ କାମରେ ଲାଗୁନି-
ଏବେ କେବଳ ବହି ପାଠ ପଢ଼ିଲେ କିଛି ହେବନି । ବହି ପାଠ ପଢ଼ିବା ସଙ୍ଗେ ସଙ୍ଗେ ଅନ୍ୟ ଦିଗରେ ମଧ୍ୟ ଦକ୍ଷ ହେବାକୁ ପଡ଼ିବ ।

୭- ମାତୃଭାଷା ବାଦ ଅନ୍ୟ ଗୋଟାଏ କିମ୍ବା ଦୁଇଟି ଭାଷା ଜାଣିବା ଜରୁରୀ –
କେବଳ ମାତୃଭାଷା ଶିଖିଲେ କିଛି ହେବ ନାହିଁ । ଅନ୍ୟ ଗୋଟିଏରୁ ଦୁଇଟି ଭାଷା ଶିଖିବା ଅତ୍ୟନ୍ତ ଜରୁରୀ ।

୮- ଗୋଟିଏ ଜୀବନରେ ଏକାଧିକ ବୃତ୍ତି
ଗୋଟିଏ ଜୀବନରେ ଯେ ଗୋଟିଏ ଚାକିରି କରିବେ ତାହା କହିହେବ ନାହିଁ । ତେଣୁ ବର୍ତ୍ତମାନ ସମୟରେ ଅନେକ ବୃତ୍ତି ଆପଣାଇବା ପାଇଁ ଚେଷ୍ଟା କରୁଛନ୍ତି । ଉଦାହରଣ ସ୍ୱରୂପ ରାତିରେ ଓଲା ଡ୍ରାଇଭର ଓ ଦିନରେ ସେଫ ହୋଇ ନିଜକୁ ପ୍ରମାଣ କରନ୍ତୁ ।

୯- ବାହରକୁ ନଗଲେ ସଫଳତା ମିଳିବନି
ନିଜ ଅଂଚଳରେ ରହି ଚାକିରି କରି ସଫଳ ହେବେ ବୋଲି କହିହେବ ନାହିଁ । ତେଣୁ ସଫଳତା ପାଇବା ପାଇଁ ଘରୁ ଗୋଡ଼ କାଢ଼ିବା ପାଇଁ ପଡ଼ିବ ।

୧୦- ଇଂଟରନେଟକୁ ବଶରେ ରଖନ୍ତୁ
ୟୁଟ୍ୟୁବରେ ଅନେକ ବୃତ୍ତି ଉପରେ ହଜାର ହଜାର ତଥ୍ୟ ଦିଆଯାଇଛି । ଭଲ ଉପାୟଦେ ଭିଡ଼ିଓ ରହିଛି । ତାକୁ ଅକ୍ତିଆର କରି ବିଭିନ୍ନ ବୃତ୍ତି ସହଜରରେ ଆପଣାଇ ହେବ । ଇଂଟରେନଟର ବଶତା ସ୍ୱୀକାର ନକରି ଇଂଟରନେଟକୁ ବଶରେ ରଖନ୍ତୁ ।

୧୧- ନିଜର ଶ୍ରେଷ୍ଠତ୍ୱ ପ୍ରଦାନ କରନ୍ତୁ –
ସବୁବେଳେ ଶ୍ରେଷ୍ଠ ହେବା ପାଇଁ ପଡ଼ିବ । ଛୋଟ ସଂସ୍ଥାରେ କାମ କରି ନିଜର ଶ୍ରେଷ୍ଠତ୍ୱ ପ୍ରଦାନ କରନ୍ତୁ । ନିଶ୍ଚୟ ସଫଳ ହେବେ । ସଫଳତା ଆପଣଙ୍କୁ ଗୋଡ଼ାଇବ ।

୧୨ – ଛୋଟ ସଂସ୍ଥା, କମ ଦରମା, ଅଧିକ କାମ କରନ୍ତୁ
ବଡ଼ ସଂସ୍ଥାରେ କାମ କରିବି । ଏପରି ମନୋବୃତ୍ତି ରଖିବା ଠିକ୍ ନୁହେଁ । ଛୋଟ ସଂସ୍ଥା, କମ ଦରମା ଓ ବେଶୀ କାମକୁ ଗୁରୁତ୍ୱ ଦିଅନ୍ତୁ ।