ଟ୍ରାଫିକ୍ ଯାଞ୍ଚ ବେଳେ ଗାଡି ଧକ୍କାରେ ଗଲା ପୋଲିସ ବାବୁଙ୍କ ଜୀବନ : ବାରିପଦା ତକତପୁର ଛକରେ ପୋଲିସ ଏସଆଇଙ୍କୁ ଧକ୍କା ଦେଲା ବାଇକ୍, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ 

964

କନକ ବ୍ୟୁରୋ : ଗାଡି ଯାଂଚ ବେଳେ ଚାଲିଗଲା  ସବ-ଇନସ୍ପେକ୍ଟରଙ୍କ ଜୀବନ । ଏଭଳି ଘଟଣା ଘଟିଛି ବାରିପଦାରେ ।  ଯାଂଚ ବେଳେ ମୋଟର ସାଇକେଲ ଧକ୍କାରେ ପ୍ରାଣ ହରାଇଛନ୍ତି  ଟାଉନଥାନାର ସବଇନସ୍ପେକ୍ଟର ଦୟାନିଧି ଦାସ ।  ଖବର ଅନୁସାରେ,  ବାରିପଦାରେ ଗାଡି  ଚେକିଂ ବେଳେ  ଦୁଇଚକିଆ ଯାନରେ ଦ୍ରୁତଗତିରେ ଦୁଇଜଣ ଯୁବକ ଆସୁଥିଲେ ।

ଚେକିଂରୁ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ସିଧା ଆସି ଦୟାନିଧିଙ୍କୁ ଧକ୍କା ଦେଇଥିଲେ ।  ଗାଡି ଧକ୍କାର ମୁଣ୍ଡ ଓ ଦେହରେ ଲାଗିଥିଲା ଗୁରୁତର ଆଘାତ । ସାଙ୍ଗେ ସାଙ୍ଗେ ଦୟାନିଧୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତିକରାଯାଇଥିଲା । ମାତ୍ର କିଛି ସମୟ ପରେ ସେ ପ୍ରାଣ ହରାଇଥିଲେ । ଏଭଳି ଏକ ଦୁର୍ଭାଗ୍ୟଜନକ ଖବର ପାଇ ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।  ଦୁର୍ଘଟଣା ଘଟାଇଥିବା ଦୁଇ ଯୁବକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।