କଶ୍ମୀରରେ ପଥର ଫିଙ୍ଗାଳି ଯୁବକକୁ ସେନା ଜିପ୍ ବନେଟରେ ବନ୍ଧା ଯାଇଥିବା ଭିଡିଓକୁ ନେଇ ଜୋରଦାର ଚର୍ଚ୍ଚା !

17

କନକ ବ୍ୟୁରୋ : କଶ୍ମୀରରେ ଜଣେ ଯୁବକକୁ ସେନା ଜିପ୍ ବନେଟରେ ବନ୍ଧା ଯାଇଥିବା ଭିଡିଓକୁ ନେଇ ଜୋରଦାର ଚର୍ଚ୍ଚା ହୋଇଛି । ଜଣେ ପଥର ଫିଙ୍ଗାଳି ଯୁବକକୁ ସେନା ଗାଡି ଆଗରେ ଯାଉଥିବା ପାଇଲଟ୍ ଜିପରେ ବନେଟରେ ବନ୍ଧା ଯାଇଥିଲା । ପଥର ମାଡରୁ ବର୍ତିବା ପାଇଁ ସେନାବାହିନୀ ଯୁବକ ଜଣକୁ ଜିପରେ ଏପରି ଭାବେ ବାନ୍ଧିଥିବା ସ୍ପଷ୍ଟୀକରଣ ଦେଇଛି । ସେନା ଉପରେ କଶ୍ମୀରୀ ଯୁବକଙ୍କ ପ୍ରବଳ ପଥର ମାଡରୁ ରକ୍ଷା ପାଇବାକୁ ଏପରି ଉପାୟ ଅବଲମ୍ବନ କରାଯାଇଥିଲା । ଏହା ପରେ ପଥରମାଡ ଥମିଥିଲା ବୋଲି ସେନା ପକ୍ଷରୁ କୁହାଯାଇଛି ।