ସ୍ୱିଡେନର ରାଜଧାନୀ ଷ୍ଟକହୋମରେ ଆତଙ୍କବାଦୀ ଆକ୍ରମଣ ! ଦୁର୍ବୃତ୍ତମାନଙ୍କ ଆଖିବୁଜା ଗୁଳିଚାଳନାରେ ୩ ଜଣ ମୃତ ,୧୨ ରୁ ଅଧିକ ଆହତ

43

କନକ ବ୍ୟୁରୋ : ସ୍ୱିଡେନର ରାଜଧାନୀ ଷ୍ଟକହୋମରେ ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀମାନେ ଏକ ଟ୍ରକରେ ବସି ଭାରତୀୟ ଦୂତାବାସ ନିକଟ ଏକ ଡିପାର୍ଟମେଂଟାଲ୍ ଷ୍ଟୋର ଭିତରକୁ ପଶିଯାଇଥିଲେ । ଏଥିସହ ବାହାରେ ମୁଖାଧାରୀ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିଚାଳନା କରିଥିଲେ । ଏଥିରେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ରୁ ଅଧିକ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଷ୍ଟେଫାନ୍ ଲୋଫଭେନ୍ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ଘୋଷଣା କରିଛନ୍ତି ।