ଷ୍ଟିଲସିଟିିରେ ଉପରେ ସିସିଟିଭିର କଡା ନଜର ! ରାଉରକେଲାରରେ ଅପରାଧ ଓ ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସର ସ୍ୱାଗତଯୋଗ୍ୟ ପଦକ୍ଷେପ

27

କନକ ବ୍ୟୁରୋ : ସ୍ମାର୍ଟସିଟିରେ ଅପରାଧ ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ କଡା ନଜର ରଖିବ ସିସିଟିଭି । ପ୍ରାରମ୍ଭିକ ପର୍ଯ୍ୟାୟରେ ସହରର ପ୍ରମୁଖ ସ୍ଥାନରେ ୩୬ଟି ହାଇ ରିଜୋଲୁସନ୍ ସିସିଟିଭି କ୍ୟାମେରା ଲଗାଯାଇ କାର୍ଯ୍ୟକ୍ଷେମ କରାଯାଇଛି । ପରବର୍ତ୍ତୀ ସମୟରେ ପୁଲିସ ଏହି ବ୍ୟବସ୍ଥାକୁ ବୃଦ୍ଧି କରିବ ବୋଲି ଜଣାପଡିଛି ।

ଷ୍ଟିଲସିଟିର ଛାତି ଉପରେ ଲାଗିଛି ସିସିଟିଭି କ୍ୟାମେରା । ଶିଳ୍ପ ସହରର ହାଲଚାଲକୁ କଏଦ କରୁଛି ଏହି କ୍ୟାମେରା । ମୁଖ୍ୟତଃ ସ୍ମାର୍ଟ ସିଟିର ଅପରାଧ ଓ ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ସହରର ପ୍ରମୁଖ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇଛି ରାଉରକେଲା ପୁଲିସ । ବ୍ୟବସାୟୀକ ଅଭିବୃଦ୍ଧି ସାଙ୍ଗକୁ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛି ପୁଲିସ । ତେବେ ପୁଲିସ ସିସିଟିଭି ଲଗାଇବା ପଦକ୍ଷେପକୁ ସ୍ୱଗତଯୋଗ୍ୟ କହିବା ସହ ଏହାଦ୍ୱାର ସବୁ କିଛି ନିୟନ୍ତ୍ରଣ ହୋଇଯିବ, ଏଥିରେ ଏକମତ ହୋଇପାରିନାହାନ୍ତି ରାଉରକେଲାର ବାସିନ୍ଦା । ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୁଲିସ ପାଟ୍ରୋଲିଂକୁ ଆହୁରୀ କ୍ରିୟାଶୀଳ କରିବା ଆବଶ୍ୟକ ବୋଲି ମତ ରଖିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ପୁଲିସ ଜିଲ୍ଲାରେ ଥିବା ବ୍ୟବସାୟୀକ ଓ ଶିଳ୍ପ ସଂସ୍ଥାର ପାରିପାଶ୍ୱିର୍କ ଉନ୍ନୟନ ପାଣ୍ଠି ବ୍ୟୟରେ ସହରର ସମ୍ବେଦନଶୀଳ ସ୍ଥାନରେ ୩୬ ସିସିଟିଭି କ୍ୟାମେରା ଲାଗିଛି । ଆଗକୁ ସ୍ମାର୍ଟ ସିଟି ଅର୍ଥରେ ମହାନଗର ନିଗମ ପକ୍ଷରୁ ବ୍ୟୟବରାଦ କରାଗଲେ ଆହୁରୀ ଅନେକ ଥାନା ଅଂଚଳକୁ ସିସିଟିଭି କ୍ୟାମେରା ଲଗାଯିବ ବୋଲି କହିଛନ୍ତି ରାଉରକେଲା ଏସପି । ଏହାଦ୍ୱାରା ଷ୍ଟିଲ ସିଟିର ସମସ୍ତ ଅପରାଧୀକ କାର୍ଯ୍ୟକଳାପ ଓ ଟ୍ରାଫିକ୍ ବ୍ୟବସ୍ଥାକୁ ଜିଲ୍ଲା ମୁଖ୍ୟାଳୟରୁ ୨୪ ଘଂଟିଆ ମନିଟରିଂ କରାଯାଇ ପାରିବ । ପୁଲିସ ଓ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଏଭଳି ଉଦ୍ୟେମ ସହରରେ ଘଟୁଥିବା ଅପରାଧ ଓ ଅପରାଧୀଙ୍କ ଉପରେ କେତେକାଂଶରେ ଅଙ୍କୁଶ ଲଗାଇ ପାରିବ ବୋଲି ଆଶା କରାଯାଉଛି ।