କାହିଁକି ଶ୍ମଶାନ ଘାଟକୁ ମହିଳାଙ୍କ ଯିବା ନିଷେଧ ? ଜାଣନ୍ତୁ ଏହାର ୪ଟି ବଡ଼ କାରଣ

229

କହିବାକୁ ଗଲେ ତ ପ୍ରତ୍ୟେକ କାର୍ଯ୍ୟକୁ ଉଭୟ ପୁରୁଷ ଏବଂ ମହିଳାମାନଙ୍କ ମଧ୍ୟରେ ବାଂଟି ଦିଆଯାଇଛି । କିନ୍ତୁ ଆମ ସମାଜରେ ଏଭଳି ଅନେକ କାର୍ଯ୍ୟ ରହିଛି ଯାହାକୁ ମହିଳାଙ୍କୁ କରିବାକୁ ସଂପୂର୍ଣ୍ଣ ଭାବେ ବାରଣ କରାଯାଇଛି । ସେଥିମଧ୍ୟରୁ ଗୋଟିଏ ହେଲା ଶ୍ମଶାନ ଘାଟକୁ ମହିଳାଙ୍କର ନଯିବା । ଏହା ପଛରେ ମଧ୍ୟ ଅନେକ କାରଣ ରହିଛି । ତେବେ ଆପଣ ତାକୁ ବୈଜ୍ଞାନିକ କାରଣ କହିପାରିବେ କିମ୍ବା ଲୋକଙ୍କଦ୍ୱାରା ପ୍ରଣିତ ନିୟମ । କିନ୍ତୁ ଆପଣ ଜାଣିଛନ୍ତି କି ଏଭଳି କାହିଁକି ହୋଇଥାଏ ? ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏପରି କାହିଁକି କରାଯାଇଛି ?

ପ୍ରଥମ କାରଣ, ମହିଳାଙ୍କ ହୃଦୟ କୋମଳ ହୋଇଥାଏ । ସେମାନେ ହିଂସା, ହତ୍ୟା, ଜଳାପୋଡା ତଥା ଭୟାନକ ଦୃଶ୍ୟ ଦେଖିପାରନ୍ତି ନାହିଁ । ଯେଉଁଥିପାଇଁ ମହିଳାଙ୍କୁ ଶ୍ମଶାନ ଘାଟକୁ ନିଆଯାଇନଥାଏ ।

ଦ୍ୱିତୀୟ କାରଣ, ହିନ୍ଦୁ ପ୍ରଥା ଅନୁସାରେ, ଯିଏ ଅନ୍ତିମ ସଂସ୍କାର କରିବାକୁ ଯାଇଥାଏ ତାକୁ ଲଣ୍ଡା ହେବାକୁ ପଡିଥାଏ । ତେବେ ଲଣ୍ଡା ହେବା ମହିଳାଙ୍କୁ ଶୋଭାପାଇ ନଥାଏ । ତେଣୁ ମହିଳାଙ୍କୁ ଅନ୍ତିମ ସଂସ୍କାର କାର୍ଯ୍ୟରେ ସାମିଲ କରାଯାଇ ନଥାଏ ।

ତୃତୀୟ କାରଣ, ଯୁବତୀ ଏବଂ ମହିଳାମାନେ କଠୋର ହୃଦୟର ହୋଇନଥାନ୍ତି । ନିଜର କେହି ମରିଗଲେ ସେମାନେ ନିଜ କୋହକୁ ରୋକି ପାରନ୍ତି ନାହିଁ ଏବଂ ଶ୍ମଶାନ ଘାଟରେ ମହିଳାଙ୍କ କନ୍ଦାକଟାର ଅର୍ଥ ହେଲା ମୃତବ୍ୟକ୍ତିର ଆତ୍ମାକୁ ଶାନ୍ତି ନମିଳିବା । ତେଣୁ ଏଥିପାଇଁ ମଧ୍ୟ ମହିଳାଙ୍କୁ ଅନ୍ତିମ ସଂସ୍କାରରେ ସାମିଲ କରାଯାଇନଥାଏ ।

ଚତୁର୍ଥ ସବୁଠାରୁ ବଡ କାରଣ ହେଲା, ଅନ୍ତିମ ସଂସ୍କାର ପରେ ସାଧାରଣତଃ ସଂପୂର୍ଣ୍ଣ ଗୃହକୁ ଶୁଦ୍ଧ ତଥା ସଫା କରାଯାଇଥାଏ । ଯାହାଦ୍ୱାରା କୌଣସି ନକରାତ୍ମକ ଶକ୍ତି ଘରେ ପ୍ରବେଶ କରି ପାରିନଥାଏ । ତେବେ ଘରର ସଫାସଫି ତଥା ଅନ୍ୟ କାମ ପାଇଁ ମହିଳାଙ୍କୁ ଘରେ ରହିବାକୁ କୁହାଯାଇଥାଏ ।

ଏହାସହ ମଧ୍ୟ ପଢନ୍ତୁ- ପବିତ୍ର ରମଜାନ ବାବଦରେ ଆପଣ ଜାଣିବା ପାଇଁ କିଛି କଥା ।