ପବିତ୍ର ରମଜାନ ବାବଦରେ ଆପଣ ଜାଣିବା ପାଇଁ କିଛି କଥା ।

173

ଆରମ୍ଭ ହୋଇଛି ମୁସଲମାନ ସଂପ୍ରଦାୟଙ୍କ ପବିତ୍ର ରମଜାନ ପର୍ବ । ରମଜାନ ଶଦ୍ଦ, ଆରବି ଭାଷା ‘ରମଧାନୀ’ରୁ ଆସିଛି । ଯାହାର ଅର୍ଥ ସୂର୍ଯ୍ୟଙ୍କ ପ୍ରଖର କିରଣ । ରମଜାନ ମାସରେ ପାଖାପାଖି ଗୋଟିଏ ମାସ ଧରି ରୋଜା ରଖିଥାନ୍ତି ମୁସଲମାନ ସଂପ୍ରଦାୟର ଭାଇ ଓ ଭଉଣୀମାନେ । ଏହି ପର୍ବରେ ସେମାନେ ସୂର୍ଯ୍ୟୋଦୟଠାରୁ ଆରମ୍ଭ କରି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ କିଛି ନ’ଖାଇ ଉପବାସ କରିଥାନ୍ତି । ଏଭଳି କି ପାଣି ମଧ୍ୟ ପିଇନଥାନ୍ତି । ତେବେ ରମଜାନକୁ ନେଇ ବିଭିନ୍ନ ଦେଶର ରୀତିନୀତି ମଧ୍ୟ କିଛି ଭିନ୍ନ ଭିନ୍ନ ରହିଛି । ଆସନ୍ତୁ ଜାଣିବା, ପବିତ୍ର ରମଜାନ୍ ପର୍ବ ସହ ଜଡିତ କିଛି ତଥ୍ୟ ସଂପର୍କରେ ।

• ଇଣ୍ଡୋନେସିଆର କିଛି ଅଂଶରେ ପବିତ୍ର ମାସ ଆରମ୍ଭ ହେବା ପୂର୍ବରୁ ଲୋକେ ନିଜକୁ ଶୁଦ୍ଧ ପାଣିରେ ଜଳମଗ୍ନ କରିଦେଇଥାନ୍ତି । କାରଣ ତାଙ୍କର ବିଶ୍ୱାସ ରହିଛି, ଏପରି କରିବାଦ୍ୱାରା ନିଜକୁ ଶାରୀରିକ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ସେମାନେ ଶୁଦ୍ଧ କରିପାରିବେ ।

• ମଧ୍ୟ ଏସିଆରେ ପବିତ୍ର ରମଜାନ ସମୟରେ ଗରିବଙ୍କୁ ଦାନ ଧର୍ମ କରାଯାଇଥାଏ ।

• ମିଶ୍ରରେ ପବିତ୍ର ରମଜାନ ମାସ ଅବସରରେ, ଇଫତାର ସମୟରେ ସଡକ ଉପରେ ବଡ଼ ବଡ଼ ଲଣ୍ଠନ ଲଗାଯାଇ ସଜାଯିବାର ପରଂପରା ରହିଛି । ସେମାନଙ୍କ ବିଶ୍ୱାସ ରହିଛି, ମିଶ୍ରର ଖଲିଫାଙ୍କ ସ୍ୱାଗତ କ୍ୱାହିରାରେ ଲଣ୍ଠନ ଲଗାଇ କରାଯାଇଥାଏ ।

• କୁହାଯାଏ, ଏହି ସମୟରେ ସ୍ୱର୍ଗର କବାଟ ଖୋଲିଥାଏ ଏବଂ ନର୍କର କବାଟ ବନ୍ଦ ହୁଏ । ଏହି ଅବସରରେ କରାଯାଉଥିବା ଭଲ କର୍ମର ଫଳ ମଧ୍ୟ ଦ୍ୱିଗୁଣିତ ହେବାର ବିଶ୍ୱାସ ରହିଛି ।

• ପବିତ୍ର ରମଜାନରେ ନିଜର ସମସ୍ତ ଖରାପ ତଥା ମନ୍ଦ କର୍ମ ପାଇଁ କ୍ଷମା ପ୍ରାର୍ଥନା ବି କରାଯାଇଥାଏ ।

• ପବିତ୍ର ରମଜାନରେ ରୋଜା ରଖାଯାଇଥାଏ । ବ୍ରତ ରଖିଥିବା ମୁସଲିମ ସଂପ୍ରଦାୟର ଭାଇ ଓ ଭଉଣୀମାନେ ଉପାସରେ ରୁହନ୍ତି ।