କାହିଁକି ନଦୀରେ ପକାଯାଏ ଟଙ୍କା ! ଅନ୍ଧବିଶ୍ୱାସ ନା ଅନ୍ୟ କିଛି ଉଦ୍ଦେଶ୍ୟ, ଜାଣନ୍ତୁ ଏହି ପରମ୍ପରାର ରହସ୍ୟ

67

ହିନ୍ଦୁ ପରମ୍ପରା ଅନୁସାରେ ଦାନ ଧର୍ମ କଲେ ଇଶ୍ୱରଙ୍କ କୃପା ପ୍ରାପ୍ତି ହୋଇଥାଏ । ଦାନର ମହତ୍ୱକୁ ଦୃଷ୍ଟିରେ ରଖି ଏସମ୍ବନ୍ଧିତ ଅନେକ ପ୍ରକାରର ନିୟମ ପ୍ରଣୟନ କରାଯାଇଛି । ଯେଉଁଥିପାଇଁ ଦାନ କରୁଥିବା ବ୍ୟକ୍ତି ବିଶେଷକୁ ଅଧିକରୁ ଅଧିକ ଧର୍ମ ଲାଭ ହୋଇପାରିବ । ତେବେ ଭାରତ ଭଳି ଦେଶରେ ଅନେକ ଧର୍ମାବଲମ୍ବୀ ଲୋକ ବାସକରିଥାନ୍ତି ଏବଂ ଏଥିସହିତ ଅନେକ ପରମ୍ପରା ମଧ୍ୟ ପ୍ରଚଳିତ, ଯାହାକୁ କିଛି ଲୋକ ଅନ୍ଧିବିଶ୍ୱାସ ବୋଲି ବିଶ୍ୱାସ କରୁଥିବାବେଳେ କିଛି ଲୋକ ତାକୁ ସମର୍ଥନ କରିଥାନ୍ତି ।

ତେବେ ଏଭଳି ଏକ ପରମ୍ପରା ହେଉଛି ନଦୀରେ ଟଙ୍କା ପକାଇବା । ଆପଣ ଅଧିକାଂଶ ସମୟରେ ଦେଖିଥିବେ କି ଟ୍ରେନ୍ କିମ୍ବା ବସ୍ ଯେତେବେଳେ କୌଣସି ନଦୀ ଦେଇ ଯାଇଥାଏ ତେବେ ସେଥିରେ ବସିଥିବା କିଛି ଲୋକ ନଦୀରେ କିଛି ମନସ୍କାମନା କରି ସେଥିରେ ଟଙ୍କା ବା କଏନ୍ ପକାଇଥାନ୍ତି । ତେବେ ଏହା କୋଣସି ଅନ୍ଧବିଶ୍ୱାସ ନୁହେଁ ବରଂ ଏହାକୁ ଏକ ଉଦ୍ଦେଶ୍ୟ ପାଇଁ ପ୍ରଚଳନ କରାଯାଇଛି ।

ପ୍ରାଚୀନ କାଳରେ ତମ୍ବା ନିର୍ମିତ ମୁଦ୍ରା ପ୍ରଚଳିତ ଥିଲା । କାରଣ ତମ୍ବା ମୁଦ୍ରା ଜଳର ଶୁଦ୍ଧିକରଣ କାମରେ ବ୍ୟବହାର କରାଯାଇଥାଏ । ଆର୍ୟୁବେଦରେ ମଧ୍ୟ କୁହାଯାଇଛି କି, ତମ୍ବା ବାସନରେ ରଖାଯାଇଥିବା ଶୁଦ୍ଧ ଜଳ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ଅଟେ । ଏଥିପାଇଁ ଯେବେ କୌଣସି ଜଳାଶୟ କିମ୍ବା ନଦୀରେ ତମ୍ବାର ମୁଦ୍ରା ପକାଯାଇଥାଏ ତେବେ ତାହା ଜଳକୁ ଶୁଦ୍ଧ କରିଥାଏ । କାରଣ ଜଳ ଭିତରେ ଦୀର୍ଘ ଦିନ ଧରି ଏହା ପଡିରହିବା ଦ୍ୱାରା ତାହା ଆସ୍ତେ ଆସ୍ତେ ଘୋରି ହୋଇଯାଇଥାଏ ଏଥିସହିତ ତା’ର କିଛି ଉପାଦାନ ମଧ୍ୟ ପାଣିରେ ମିଶିଯାଇଥାଏ । ଯାହାଦ୍ୱାରା ଜଳର ଶୁଦ୍ଧିକରଣ ପ୍ରକ୍ରିୟା ଜାରି ରହିଥାଏ ।

ଆଜିର ଏହି ଆଧୁନିକ ଯୁଗରେ ଯଦିଓ ତମ୍ବା ମୁଦ୍ରାର ପ୍ରଚଳନ ନାହିଁ ମାତ୍ର ମୁଦ୍ରା ବା କଏନ୍ ପକାଇବାର ପରମ୍ପରା କିନ୍ତୁ ପୂର୍ବଭଳି ଜାରି ରହିଛି । ବର୍ତ୍ତମାନ ସମୟରେ ତାମ୍ର ଧାତୁରେ ନିର୍ମିତ ମୁଦ୍ରାର ପ୍ରଚଳନ ନାହିଁ । ଏଥିପାଇଁ ନଦୀରେ ମୁଦ୍ରା ପକାଇବାଦ୍ୱାରା ପୂଣ୍ୟ ମିଳିଥାଏ । ଏଥିସହିତ ଜ୍ୟୋତିଷଶାସ୍ତ୍ର ଅନୁସାରେ ଉଲ୍ଲେଖ ରହିଛି କି, ଯଦି ଗଭୀର ଜଳରେ ରୂପାର ମୁଦ୍ରା ପକାଯାଏ ତେବେ ଅଶୁଭ ଚନ୍ଦ୍ର ଦୋଷ ଖଣ୍ଡନ ହୋଇଥାଏ ଏବଂ ଏଥିସହିତ ସମସ୍ତ ପାପ ମଧ୍ୟ ଧୋଇ ହୋଇଯାଇଥାଏ ।

ଏହାସହ ମଧ୍ୟ ପଢନ୍ତୁ- କିପରି ଚିହ୍ନିବେ ପ୍ଲାଷ୍ଟିକ୍ ଚାଉଳ ? ଜାଣନ୍ତୁ ଏହି ୫ଟି ଉପାୟ