ଆମ ଦେଶରେ ବିଭିନ୍ନ ଅଂଚଳରେ ଲୋକଙ୍କର ଭିନ୍ନ ଭିନ୍ନ ରୀତି ନୀତି ଓ ପରମ୍ପରା ସବୁ ଦେଖିବାକୁ ମିଳିଥାଏ । ପରମ୍ପରା ନାଆଁରେ ଅନେକ ଅନ୍ଧବିଶ୍ୱାସ ଥାଏ ଏମାନଙ୍କ ଭିତରେ । ଏହା ଆମକୁ ଅଜବ ପ୍ରକାରର ଲାଗିଥାଏ । ହେଲେ ସେମାନେ ଏହାକୁ ବାଧ୍ୟତା ପୂର୍ବକ ମାନିଥାନ୍ତି । ଜନସତ୍ତା ନ୍ୟୁଜରେ ପ୍ରକାଶ ପାଇଛି ଏ ଖବର ।
ଏମିତି ଏକ ଭିନ୍ନ ପରମ୍ପରା ଏବେ ଖବରର ଶିରୋନାମାରେ । ମଧ୍ୟ ପ୍ରଦେଶର ପନ୍ନା ଜିଲ୍ଲା । ଏଠାରୁ ୧୦ କି.ମି ଦୂରରେ ରହିଛି ମନୋର ଗାଁ । ଏଠାରେ ଆଦିବାସୀମାନେ ରୁହନ୍ତି । ଏଠି ଲୋକମାନେ ଏକ ଅଜବ ପ୍ରକାରର ଅନ୍ଧବିଶ୍ୱାସରେ ପରିଚାଳିତ । ମହିଳାମାନେ ପିଲା ଜନ୍ମ କଲେ ୫ଦିନ ଯାଏ ଖାଇବାକୁ ଦିଆଯାଏ ନାହିଁ । ବାଧ୍ୟ ହୋଇ ୫ଦିନ ଯାଏ ଭୋକିଲା ରୁହନ୍ତି ମହିଳା । ୬ଦିନରେ ଏକ ପୂଜା ହୁଏ । ପୂଜା ପରେ ମା’ଟିକୁ ଖାଇବାକୁ ଦିଆଯାଏ । ଏଠାରେ ବୟସ୍କ ଲୋକେ କୁହନ୍ତି ଯଦି ସେମାନେ ଏ ପରମ୍ପରା ଭାଙ୍ଗିଦେବେ ,ସେମାନଙ୍କର ଦେବୀ-ଦେବତା ଅଭିଶାପ ଦେବେ ।
ଏହାସହ ମଧ୍ୟ ପଢନ୍ତୁ - ଏମିତି ଏକ ଅଜବ ଗାଁ : ଏଠାରେ ପ୍ରତି ଘରେ ଜନ୍ମ ହେଉଛନ୍ତି ଯାଆଁଳା ପିଲା !
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/Capture-9.jpg)