ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ଏକ ସାଧାରଣ ବିଷୟ । ହେଲେ ଅନେକ ସମୟରେ ଛୋଟ ଛୋଟ କଥାକୁ ନେଇ ପରିସ୍ଥିତି ଏପରି ହୋଇଯାଏ ଯେ ଲୋକେ ନିଜର ସଂଯମତା ଭୁଲିଯାନ୍ତି । ଏମିତି ଏକ ଘଟଣା ଘଟିଛି ଚୀନର ସାନକ୍ସି ଅଂଚଳରେ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି ନେଇଥିଲା ଆତ୍ମହତ୍ୟାର ରୂପ । ଆତ୍ମହତ୍ୟା କରୁଥିବା ପତ୍ନୀ ଜଣକ ନିଜର ଲମ୍ବା ଚୁଟି ଯୋଗୁଁ ଫେରିପାଇଛନ୍ତି ନିଜର ଜୀବନ ।
କୈାଣସି କାରଣରୁ ୩୦ ବର୍ଷିୟ ପତ୍ନୀ ଜଣକ ସ୍ୱାମୀଙ୍କ ସହ ଝଗଡା କରିଥିଲେ । ଝଗଡା ଏତେ ମାତ୍ରାରେ ହୋଇଥିଲା ଯେ ପତ୍ନୀ ଜଣକ ନିଜର ସଂଯମତା ହରେଇ ୭ ମହଲା କୋଠାରୁ ଡେଇଁ ପଡିଥିଲେ । ପାଖରେ ଠିଆ ହୋଇଥିବା ସ୍ୱାମୀ ଜଣକ କିଛି ଚିନ୍ତା ନକରି ହଠାତ୍ ପତ୍ନୀଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । ପତ୍ନୀଙ୍କ ଲମ୍ବା ଚୁଟି ତାଙ୍କ ହାତରେ ଲାଗିଯାଇଥିଲା । ୪ମିନିଟ ଧରି ପତ୍ନୀ ଝୁଲି ରହିଥିଲେ ଶୂନ୍ୟରେ । ଏହାପରେ ବହୁ କଷ୍ଟରେ ସ୍ୱାମୀ ଜଣକ ରକ୍ଷା କରିଥିଲେ ପତ୍ନୀଙ୍କୁ । ତଥ୍ୟ ଅନୁସାରେ ମଣିଷର କେଶ ୨ଟନ୍ ଓଜନ ସମ୍ଭାଳି ପାରେ । ଆଉ ଏହି ଲମ୍ବା ଚୁଟି ଯୋଗୁଁ ମହିଳା ଜଣକ ଫେରିପାଇଥିଲେ ନିଜର ଅମୂଲ୍ୟ ଜୀବନ ।
ଦେଖନ୍ତୁ ଏହି ଭିଡିଓ -
ଏହାସହ ମଧ୍ୟ ପଢନ୍ତୁ - ସ୍କୁଲ୍ ବସ୍ ସାଜିଛି ବାସସ୍ଥାନ! ଘରେ ନରହି ବସ୍ ଭିତରେ ରହୁଛନ୍ତି ଏହି ପରିବାର