ସ୍କୁଲ୍ ବସ୍ ସାଜିଛି ବାସସ୍ଥାନ! ଘରେ ନରହି ବସ୍ ଭିତରେ ରହୁଛନ୍ତି ଏହି ପରିବାର

30

familyଏ ଦୁନିଆ ଯେମିତି ବିସ୍ମୟକର । ଏଠାରେ ବାସ କରୁଥିବା ଲୋକମାନେ ମଧ୍ୟ ସେମିତି ଅଜବ ଧରଣର । ସମସ୍ତେ ଖୁବ୍ ସଂଘର୍ଷର ଜୀବନ ଜିଇଁଥାନ୍ତି । ଦୁଃଖ ଆସେ ଚାଲିଯାଏ । ଏମିତି ବୁଝିବାକୁ ହୁଏ ଜୀବନର ମାନେ । କିଛି ଲୋକ ଅଛନ୍ତି ସବୁ ବାଧା ପ୍ରତିବନ୍ଧକକୁ ପ୍ରତିହତ କରି ମିଶାଲ ବନିଯାନ୍ତି । ଦୁନିଆ ତାଙ୍କୁ ତାରିଫ କରେ । ଏମିତି ଏକ ପରିବାର ଅଛି ଆପଣ ଜାଣିଲେ , ଖୁବ୍ ତାରିଫ କରିବେ ।

ଆମେରିକାର ସିଏଟଲରେ ରହୁଥିବା ଏକ ପରିବାର । ଯାହାଙ୍କ ପାଖରେ ଘରଟେ ଭଡାରେ ନେଇ ରହିବାକୁ ପଇସା ନାହିଁ । କିନ୍ତୁ ରହୁଛନ୍ତି ଏକ ସ୍କୁଲ୍ ବସ ଭିତରେ । ନିଜର ସ୍ତ୍ରୀ ପିଲାଙ୍କୁ ନେଇ ଚାଲିଛି ସୁଖର ସଂସାର । ୨୯ ବର୍ଷୀୟ ବ୍ରିଏନ୍ ଓ ୨୬ ବର୍ଷୀୟ ତାଙ୍କ ପତ୍ନୀ ଷ୍ଟାର୍ଲା । ୨୦୧୪ ମସିହା କଥା । ଖୁବ୍ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଥିଲେ । ପଇସା ଅଭାବରେ ନିଜର ଫ୍ଲାଟର ଭଡା ଦେଇପାରିନଥିଲେ । ଶେଷରେ ସେହି ଫ୍ଲାଟକୁ ଛାଡି ଏକ ସ୍କୁଲ ବସ କିଣିଲେ । ଆଉ ସେଥିରେ କଟେଇଲେ ସାଂସାରିକ ଜୀବନ । ବୃତ୍ତିରେ ଏରୋସ୍ପେସ୍ ମେକାନିକ ଥିବା ବ୍ରିଏନ୍ ଏହି ବସରେ ସବୁ ସୁବିଧା ଖଂଜିଛନ୍ତି । ଏହାକୁ ଏକ ଆପାର୍ଟମେଂଟର ରୂପ ଦେଇଛନ୍ତି । ଏହି ବସରେ ୩ ପିଲା ଓ ସ୍ତ୍ରୀକୁ ନେଇ ଖୁବ୍ ଖୁସିରେ ରୁହନ୍ତି ବ୍ରିଏନ୍ ।

ଏହାସହ ମଧ୍ୟ ପଢନ୍ତୁ – ବ୍ୟାଙ୍କ୍ ଓ ଏଟିଏମ୍ ନଯାଇ ଜାଣିପାରିବେ ବ୍ୟାଙ୍କ୍ ବାଲାନ୍ସ ! ଜାଣନ୍ତୁ ଏହି ତରିକା