ଅଜବ ପୂଜା ! ମନ୍ଦିରରେ ଭକ୍ତ ଭୋଗ ରୂପେ ଚଢାନ୍ତି ଇଟା,ପଥର

39

କାନପୁର : କାନପୁରର କଲ୍ୟାଣପୁର ଥାନା ନିକଟରେ ଥିବା ଆଶାଦେବୀ ମନ୍ଦିର ନିଆରା ମାନ୍ୟତା ପାଇଁ ବେଶ ପ୍ରସିଦ୍ଧ । ଏଠାରେ ଭକ୍ତ ଫଳ କିମ୍ବା ଚୂଡା ,ଖଇ ଭୋଗ ଭାବେ ଦେବୀଙ୍କୁ ଅର୍ପଣ କରିନଥାନ୍ତି, ବରଂ ଇଟା ଓ ପଥର ଭୋଗ ଭାବେ ମା’ଙ୍କୁ ଅର୍ପଣ କରାଯାଇଥାଏ । ଲୋକଙ୍କ ବିଶ୍ୱାସ ଇଟା,ପଥର ଚଢାଇଲେ ମା’ ଖୁସି ହୁଅନ୍ତି । ଏବଂ ସମସ୍ତ ମନୋସ୍କାମନା ପୂରଣ ହୁଏ ।

ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ରାମ ଯେତେବେଳେ ମାତା ସୀତାଙ୍କୁ ତ୍ୟାଗ କରିଥିଲେ ସେତେବେଳେ ବାଲ୍ମିକୀ ଆଶ୍ରମ ଯିବା ପୂର୍ବରୁ ଏହି ସ୍ଥାନରେ ଅଟକି ମା’ ଭଗବତୀଙ୍କର ପ୍ରାର୍ଥନା କରିଥିଲେ । ଏହି ମନ୍ଦିରରେ ମାତାଙ୍କର ମୂର୍ତ୍ତୀ ନାହିଁ ଏକ ପଥର ଖଣ୍ଡ ରହିଛି । ଏହି ପଥର ଖଣ୍ଡକୁ ହିଁ ପୂଜା କରାଯାଇଥାଏ । ଭକ୍ତମାନେ ମାତାଙ୍କୁ ଇଟା,ପଥର ସହ ଶୃଙ୍ଗାର ସାମଗ୍ରୀ ଅର୍ପଣ କରନ୍ତି । ବଡ କଥା ହେଉଛି ଯେ ଅନେକ ଥର ମାତାଙ୍କ ମନ୍ଦିରରେ ଛାତ ପକାଇବାର ଉଦ୍ୟମ କରାଯାଇଥିଲେ ମଧ୍ୟ ପ୍ରତିଥର ଏହି ଛାତ ଭୁଷୁଡିଛି । ତେଣୁ ଖୋଲାରେ ଭକ୍ତମାନେ ମା’ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ।

ଏହାସହ ମଧ୍ୟ ପଢନ୍ତୁ – କାହିଁକି ଭଗବାନ ବିଷ୍ଣଙ୍କୁ ‘ନାରାୟଣ’ନାମରେ ସମ୍ଭୋଧନ କରାଯାଏ ?