କାହିଁକି ଭଗବାନ ବିଷ୍ଣଙ୍କୁ ‘ନାରାୟଣ’ନାମରେ ସମ୍ଭୋଧନ କରାଯାଏ ?

448

narada-muni-and-lord-vishଜଗତପାଳକ ଭଗବାନ ବିଷ୍ଣୁଙ୍କୁ ‘ନାରାୟଣ’ ନାମରେ ପ୍ରାର୍ଥନା କରାଯାଏ । ସାଂସାରିକ ଜୀବନ ପାଇଁ ନାରାୟଣ ନାମର ମହିମା ଏତେ ଅଧିକ ଯେ କେବଳ ସ୍ମରଣ କଲାମାତ୍ରେ ହିଁ ସମସ୍ତ ଦୁଃଖ ଓ ଶୋକ ଦୂର ହୋଇଯାଏ । ଅନେକ ଲୋକଙ୍କୁ ଏହା ଅଜଣା ଯେ ,କାହିଁକି ବିଷ୍ଣୁଙ୍କୁ ନାରାୟଣ ନାମରେ ଡକାଯାଏ , ଆସନ୍ତୁ ଜାଣିବା –

ପୈାରାଣିକ ପ୍ରସଙ୍ଗରେ ଭଗବାନ ବିଷ୍ଣୁଙ୍କ ପରମ ଭକ୍ତ ଦେବର୍ଷି ନାରଦ ନିତ୍ୟ ନାରାୟଣ ନାରାୟଣ ଭଜିବା ବି ଏହି ନାମର ମହିମାକୁ ମହନୀୟ କରେ । ଏହିପରି ଭଗବାନ ବିଷ୍ଣୁଙ୍କ ଅନେକ ନାମର ସ୍ୱରୂପ ଓ ଶକ୍ତିମାନଙ୍କ ସହ ନାରାୟଣ ଶଦ୍ଦ ଯୋଡି କୁହାଯାଏ । ଯେମିତି ସତ୍ୟନାରାୟଣ, ଅନନ୍ତନାରାୟଣ ,ଲକ୍ଷ୍ମୀନାରାୟଣ, ଶେଷନାରାୟଣ, ଧ୍ରୁବନାରାୟଣ ଇତ୍ୟାଦି । ଶାସ୍ତ୍ରରେ ଏମାନଙ୍କୁ ଆଦିପୁରୁଷ ବୋଲି କୁହାଯାଏ । ଆଦି ପୁରୁଷ ବିଷ୍ଣୁଙ୍କ ନିବାସ ନାର ବା ନୀର ( ଜଳ )ଅଟେ । ଅର୍ଥାତ ଜଳରେ ରହିଥାନ୍ତି । ଜଳର ଦେବତା ସେ । ଏଥିପାଇଁ ଭଗବାନ ବିଷ୍ଣୁଙ୍କୁ ନାରାୟଣ ନାମରେ ସମ୍ଭୋଧନ କରାଯାଏ । ପୈାରାଣିକ ମାନ୍ୟତା ଅନୁସାରେ ଜଳ ,ଭଗବାନ ବିଷ୍ଣୁଙ୍କ ଚରଣରୁ ବାହାରିଛି । ଗଙ୍ଗାନଦୀଙ୍କ ନାମ ‘ ବିଷ୍ଣୁପାଦୋଦକି’ ଅର୍ଥାତ୍ ଭଗବାନ ବିଷ୍ଣୁଙ୍କ ଚରଣରୁ ବାହାରିଥିବାରି ଏହି ନାମ ରହିଛି ।