ଧର୍ମେନ୍ଦ୍ରଙ୍କ ଦୃଢୋକ୍ତି : ୨୦୧୯ରେ ଓଡିଶାରେ ସରକାର ଗଢିବ ଆମ ସରକାର

31

ବିଜେପିର ଜାତୀୟ କାର୍ଯ୍ୟକାରିଣୀ ପାଇଁ ସରଗରମ ରାଜନୀତି ବାତାବରଣ । ମାହୋଲ ପୁରା ମୋଦିମୟ । ବିଜେପି ନେତାଙ୍କ ଉତ୍ସାହ ଖୁବ୍ ବଢିଯାଇଛି । ଏହି ସମୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଛନ୍ତି ନିଜ ସରକାରର ଦୃଢୋକ୍ତି ।

୨୦୧୯ରେ ଓଡିଶାରେ ବିଜେପି ଗଢିବ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗରିବ କଲ୍ୟାଣ ଯୋଜନାର ପ୍ରୟୋଗଶାଳା ହେବ ଓଡିଶା । ଯାହାର ଫାଇଦା ଏ ରାଜ୍ୟ ଉଠାଇବ । ଗତ ପଂଚାୟତ ନିର୍ବାଚନରେ ବିଜେପି ଦ୍ୱିତୀୟ ସ୍ଥାନକୁ ଉଠିଛି । ରାଜ୍ୟରେ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ସମର୍ଥନ ବଢି ବଢି ଚାଲିଛି । ଦଳ ଏହାର ଲାଭ ମଧ୍ୟ ଉଠାଇବ । ୨୦୧୯ରେ ଓଡିଶାରେ ବିଜେପି ସରକାର ଗଠନ କରିବ । ଏହି ଭବିଷ୍ୟବାଣୀ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଏହା ସହ ମଧ୍ୟ ପଢନ୍ତୁ – ମୋଦି ବିଗୁଲ୍ : ରାଜ୍ୟ ରାଜନୀତି ହୁଲସ୍ତୁଲ୍