ମୋଦି ବିଗୁଲ୍ : ରାଜ୍ୟ ରାଜନୀତି ହୁଲସ୍ତୁଲ୍

33

ଏବେ ରାଜଧାନୀ ମୋଦିମୟ । ଆସନ୍ତା ୧୫ ତାରିଖରେ ଭୁବନେଶ୍ୱରକୁ ଆସିବେ ମୋଦି । ଜନତା ମୈଦାନରେ ହେବ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ । ଏନେଇ ପ୍ରସ୍ତୁତି ପର୍ବ ଜୋରସୋରରେ ଚାଲିଥିଲା । ଏବେ ଅପେକ୍ଷା ମୋଦି ଟିମଙ୍କୁ ।

ରାଜ୍ୟ ରାଜନୀତିରେ ଏବେ ପଡିଲାଣି ଭାଳେଣି । କ’ଣ ରହିବ ବିଜେପିର ରଣନୀତି ଓ ଆଗାମୀ ବ୍ଲୁ ପ୍ରିଣ୍ଟ । ଯାହା ଜଣାପଡିଛି ଫୋକସରେ ରହିବ ପୂର୍ବ ଭାରତର ରାଜ୍ୟ । ମେଣ୍ଟ ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚମତ୍କାରିତା ବଳରେ,ନିଜ ଦମରେ ଏକୁଟିଆ ରାଜ୍ୟ ଦଖଲ ଲାଗି ବ୍ଲୁ -ପ୍ରିଣ୍ଟ ଅଙ୍କାଯିବ ଏହି କାର୍ଯ୍ୟକାରିଣୀରେ ।

ଆଗକୁ ଗୁଜୁରାଟ,ରାଜସ୍ଥାନ,ହିମାଚଳ ପ୍ରଦେଶ ,କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ, ୫ଟି ରାଜ୍ୟର ନିର୍ବାଚନ ଅଛି । ଏସବୁ ରାଜ୍ୟ ପାଇଁ ରଣନୀତି ପ୍ରସ୍ତୁତ ହେବ ଏହି କାର୍ଯ୍ୟକାରିଣୀରେ । ଭାଳେଣି ପଡିଲାଣି ରାଜ୍ୟ ରାଜନୀତିରେ । ଅପେକ୍ଷା ରହିଲା ଆଗକୁ କେତେ କାମ କରୁଛି ଏହି ମୋଦି ବିଗୁଲ୍ ।