ଉଠୁଛି ବିଜେପି,ଖସୁଛି ବିଜେଡି ! ମୋଦି ମୋଦି କହେ ଜନତା

29

ମୋଦି ହାୱା ଏବେ ଓଡିଶାରେ ଖୁବ ଜୋରରେ । ଲୋକେ ବିଜେପି ମୁହାଁ ହେଲେଣି । ନବୀନଙ୍କ ଶାସନରେ ଦୀର୍ଘ ୧୭ ବର୍ଷ ଚଳିଆସୁଥିବା ଓଡିଶା ,ଏବେ ଖୋଜିଲେଣି ବିକଳ୍ପ । ଆଉ ଏହି ବିକଳ୍ପର ପଥ ଦେଖାଇଲେଣି ମୋଦି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିଜର ଚତୁର ପଣରେ ସବୁଠି ଉଠାଉଛନ୍ତି ଓଡିଶା କଥା । କେତେବେଳେ ହୋଇଛନ୍ତି ଆଲୋଚିତ ତ କେତେବେଳେ ସମାଲୋଚିତ । କିନ୍ତୁ ଦିନକୁ ଦିନ ମୋଦି ଓଡିଶାର ମାଟି ପାଣି ପବନରେ ନିଜକୁ ପରିଚୟ ଦେଲେଣି ।

ବିଜେପି ଟାର୍ଗେଟ କଲାଣି ୨୦୧୯ ନିର୍ବାଚନକୁ । ଅନେକ କୁହାକୁହି ମଧ୍ୟ ହେଲେଣି ଯେ ବିଜେପି ହିଁ ଧରିବା ୨୦୧୯ରେ ଓଡିଶାର ଶାସନ ଡୋର । ଏହି ଦୁଇ ଦିନର କାର୍ଯ୍ୟକାରିଣୀରେ ବିଜେପି ପୂରା ପ୍ରମାଣିତ କରିଦେଇଛି ସେ କେତେ ପାରଙ୍ଗମ । ଦିନେ ଯେତେବେଳେ ଓଡିଶାରେ ବିଜେଡି ବିନା ଆଉ କେଉଁ ଦଳର ଚିନ୍ତା କରାଯାଇପାରୁନଥିଲା । ଆଜି ଆଉ ସେହି ସମୟ ନାହିଁ । ବଦଳିଯାଇଛି ଚିତ୍ରପଟ୍ଟ । ମୋଦି ଠିକ୍ ବେଳରେ ଚକମା ଦେଇଛନ୍ତି । ଲୋକେ ସବୁଠି ମୋଦିଙ୍କୁ ନେଇ ଚର୍ଚ୍ଚା କଲେଣି ।

ଗୋଟିଏ ପରେ ଗୋଟିଏ ବିଜେପି ନେତା ଦେଲେଣି ରଣ ହୁଙ୍କାର । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କାର୍ଯ୍ୟକାରିଣୀରେ ଦେଇଛନ୍ତି ଦୃଢୋକ୍ତି । କହିଛନ୍ତି “ଭଙ୍ଗାଗଢା ରାଜନୀତିରେ ବିଜେପି ବିଶ୍ୱାସ ରଖେ ନାହିଁ । ୨୦୧୯ରେ ବିଜେପିକୁ ଓଡିଶାରେ ପୂର୍ଣ୍ଣ ବହୁମତ ନିଶ୍ଚିତ” । ଏବେ ଜଣାପଡୁଛି ଲୋକଙ୍କ ନଜର ବିଜେଡିରୁ ହଟି ବିଜେପି ଉପରେ ପଡିଲାଣି । ଓଡିଶାର ଆପଣାର ପାଲଟିଗଲେଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାରେ ବିଜେପିକୁ ଲୋକାଭିମୁଖି କରାଇବାରେ ଧର୍ମେନ୍ଦ୍ର ପ୍ରଧାନ ସାଜିଛନ୍ତି ମୋଦିଙ୍କ ଜାଗ୍ରତ ପ୍ରହରୀ ।
ଏହାସହ ମଧ୍ୟ ପଢନ୍ତୁ – ଧର୍ମେନ୍ଦ୍ରଙ୍କ ଦୃଢୋକ୍ତି : ୨୦୧୯ରେ ଓଡିଶାରେ ସରକାର ଗଢିବ ଆମ ସରକାର