କେବେ ଏବଂ କେମିତି ହୋଇଥିଲା ତନ୍ତ୍ର ବିଦ୍ୟାର ଉତ୍ପତି ? ଜାଣନ୍ତୁ ବିଶ୍ୱର ଗୁଣିଗାରେଡି ଗାଁର ରହସ୍ୟ

171

ଆଜି ଆମେ ଆପଣଙ୍କୁ ବିଶ୍ୱର ଏକ ଏଭଳି ଗାଁରେ ସଂପର୍କରେ ଜଣାଇବାକୁ ଯାଉଛୁ ଯାହାକୁ ସାଧାରଣତଃ କଳାଯାଦୁର ଗଡ ବୋଲି କୁହାଯାଏ । ଯେଉଁଠି ପ୍ରତିଟି ଘରେ ଘରେ ଦେଖିବାକୁ ମିଳିଥାଏ କଳାଯାଦୁ ବା ଗୁଣିଗାରେଡି ତଥା ତନ୍ତ୍ର ବିଦ୍ୟା ।

କୁହାଯାଏ କଳାଯାଦୁ ସହାୟତାରେ କୌଣସି ବି ବ୍ୟକ୍ତିଙ୍କୁ ତଳିତଳାନ୍ତ କରିଦିଆ ଯାଇପାରେ । ଖାଲି ସେତିକି ନହେଁ ତାକୁ ବଶିଭୂତ କରି ନିଜ ଇଚ୍ଛା ଅନୁସାରେ ତାଦ୍ୱାରା ସବୁପ୍ରକାର କାର୍ଯ୍ୟ ମଧ୍ୟ କରାଯାଇଥାଏ । ଯେଉଁ କାରଣରୁ କଳାଯାଦୁ ତଥା ଗୁଣି ଗାରେଡି କଥା ଶୁଣିଲେ ଏବେବି ଲୋକମାନେ ଭୟଭୀତ ହୋଇପଡନ୍ତି ।

ତେବେ ଆସାମର ମାୟୋଙ୍ଗ ନାମକ ଏକ ଏଭଳି ଗାଁ ରହିଛି ଯେଉଁଠାରେ କି ବହୁ ପୁରାତନ କାଳରୁ ଏବଂ ପ୍ରତିଟି ଘରେ ଘରେ ଗୁଣିଗାରେଡି ଭଳି ନକରାତ୍ମକ ଶକ୍ତିର ଆରାଧନା ଭଳି ପରମ୍ପରା ଚାଲିଆସିଛି । ମାନ୍ୟତା ଅନୁସାରେ ସଂପୂର୍ଣ୍ଣ ଭାରତବର୍ଷରେ କଳାଯାଦୁ ତଥା ତନ୍ତ୍ରମନ୍ତ୍ରର ସୃଷ୍ଟି ଏହି ଗାଁରୁ ହିଁ ପ୍ରଥମେ ହୋଇଛି । ତେବେ ଆସାମର ଏହି ଛୋଟ ଗାଁ ମାୟୋଙ୍ଗ ଗୋହାଟୀରୁ ପାଖାପାଖି ୪୦ କିମି ଦୂରରେ ଅବସ୍ଥିତ । ମାୟୋଙ୍ଗ ନାଁଟି ସଂସ୍କୃତ ଶଦ୍ଦ ମାୟାରୁ ଉଦ୍ଧାର କରାଯାଇଛି । ଏବଂ ପୁରାଣଗାଥା ଅନୁସାରେ ଭୀମଙ୍କ ମାୟାବୀ ପୁତ୍ର ଘଟୋତକୋଚ ମାୟୋଙ୍ଗର ରାଜା ଥିଲେ । ତେବେ ବିଭିନ୍ନ କୋଣ ଅନୁକୋଣରୁ ଲୋକେ କଳାଯାଦୁ ଶିଖିବାକୁ ଏହି ଗାଁକୁ ଆସନ୍ତି । ଏହି ଗାଁରେ ଅଷ୍ଟଦଳ ଏବଂ ୟୁନି ନାମରେ ଦୁଇଟି କୁଣ୍ଡ ରହିଛି ।

ତେବେ ଅଷ୍ଟଦଳ କୁଣ୍ଡ ବୌଦ୍ଧ ଧର୍ମାଲମ୍ବି ପାଇଁ ଉର୍ଦ୍ଦିଷ୍ଟ ହୋଇଥିବାବେଳେ ୟୁନି କୁଣ୍ଡରେ ହିନ୍ଦୁମାନେ ସାଧନା କରିଥାନ୍ତି । ଏବଂ ଏହି କୁଣ୍ଡଟିରେ ଅନେକ ମନ୍ତ୍ରମାନ ଲିଖିତ ହୋଇଛି ଯାହା କାରଣରୁ କୁଣ୍ଡଟି ସର୍ବଦା ପାଣିରେ ଭରି ରହିଥାଏ । ଏଠାରେ ଦ୍ୱାଦଶ ଶତାଦ୍ଦୀର ଅନେକ ପାଣ୍ଡୁ ଲିପିମାନ ମଧ୍ୟ ରହିଛି । ଖାଲି ସେତିକି ନୁହେଁ ଏଠାରେ ଭଗବାନ ଶିବ,ମାତା ପାର୍ବତୀ ଏବଂ ଗଣେଶଙ୍କ ତାନ୍ତ୍ରିକ ପ୍ରତିମୂର୍ତ୍ତିମାନ ରହିଛି । ଯେଉଁଠାରେ କି ନରବଳୀମାନ ଦିଆଯାଇଥାଏ ।

ଏହାସହ ମଧ୍ୟ ପଢନ୍ତୁ-ପ୍ରଜା ନ’ମାନିଲେ ସଜ୍ଜା ! ଏକଛତ୍ରବାଦୀ ଶାସକଙ୍କ ନିୟମ, ଯାହା ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ