ସେନା ନିଯୁକ୍ତି ନେଇ ହେଲା ୪ଟି ବଡ଼ ପରିବର୍ତ୍ତନ ! ଏଣିକି ଏହି ନିୟମ ଅନୁସାରେ ହେବ ନିଯୁକ୍ତି

59

ଭାରତୀୟ ସେନାରେ ଭର୍ତ୍ତି ପାଇଁ ହୋଇଥିବା ନିୟମରେ ଚାରୋଟି ବଡ଼ ଧରଣର ପରିବର୍ତ୍ତନ କରାଯାଇଛି । ଯେଉଁଥି ପାଇଁ ଏଣିକି ଆଶାୟୀଙ୍କୁ କୌଣସି ସର୍ତ୍ତ ପୁରଣ କରିବାକୁ ଆବଶ୍ୟକତା ପଡିବ ନାହିଁ । ତେବେ ସେନାରେ ନିଯୁକ୍ତି ନେଇ ହେଉଥିବା ବିଭିନ୍ନ ପ୍ରକାରର ଜାଲିଆତିକୁ ଦୃଷ୍ଟିରେ ରଖି ସେନା ମନ୍ତ୍ରୀଳୟ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ତେବେ ଆସନ୍ତୁ ଜାଣିବା ।

• ସେନାରେ ଭର୍ତ୍ତି ପାଇଁ ଆବେଦନକାରୀଙ୍କୁ ନିଜର ଆବେଦନ ପତ୍ର ସହିତ ଏକ ଶପଥପତ୍ର ଦେବାକୁ ପଡିବ । ଯେଉଁଥିରେ ତାଙ୍କୁ ଉଲ୍ଲେଖ କରିବାକୁ ପଡିବ କି ସେ ଅବିବାହିତ ବୋଲି । ଏହାପରେ ଯାଇ ତାଙ୍କ ଆବେଦନ ପତ୍ର ଉପରେ ବିଚାର କରାଯିବ । ତେବେ ଏହି ନିୟମଟି ୧୮ରୁ ୨୧ ବର୍ଷ ବୟସ ଯୁବକମାନଙ୍କ ପାଇଁ ଉଦ୍ଦିଷ୍ଟ ଅଟେ ।

• ଭର୍ତ୍ତି ସମୟରେ ଯଦି ଆବେଦନକାରୀଙ୍କ କାନରେ କୌଣସି ପ୍ରକାରର ସମସ୍ୟା ଥାଏ ତେବେ ତାଙ୍କ ଆବେଦନ ପତ୍ରକୁ ଅବୈଧ ଘୋଷଣା କରି ଦିଆଯିବ । ପୂର୍ବରୁ ଆବେଦନକାରୀଙ୍କୁ ସୁସ୍ଥ ହେବା ନେଇ ନିଜର ସ୍ୱାସ୍ଥ୍ୟଗତ ସମସ୍ତ ତଥ୍ୟ ପୈଠ କରିବାକୁ ୨୧ରୁ ୪୧ ଦିନ ଯାଏଁ ସମୟ ଦିଆଯାଇଥାଏ । କିନ୍ତୁ ଏବେ ଏପରି ହେବ ନାହିଁ । ସେମାନଙ୍କୁ ଆବେଦନ କରିବା ସମୟରେ ହିଁ ନିଜର ସ୍ୱାସ୍ଥ୍ୟଗତ ସମସ୍ତ ତଥ୍ୟ ତଥା ପ୍ରମାଣପତ୍ର ପୈଠ କରିବାକୁ ପଡିବ ।

• ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତାରେ ପରିବର୍ତ୍ତନ କରାଯାଇଛି । ତେବେ ସେନାରେ ନିଯୁକ୍ତି ପାଇଁ ଆବେଦନକାରୀ ଦ୍ୱାଦଶ ଶ୍ରେଣୀରେ ପାଖାପାଖି ୬୦ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ ।

• ଏଥିସହିତ ନିଯୁକ୍ତି ସମୟରେ ସମସ୍ତ ଆବେଦନକାରୀଙ୍କୁ ନିଜର ଆଧାର କାର୍ଡ ନମ୍ବର ଦେବା ମଧ୍ୟ ବାଧ୍ୟତାମୂଳକ ଅଟେ ।

ଏହାସହ ମଧ୍ୟ ପଢନ୍ତୁ- କିପରି ଜାଣିବେ ଜିଓର ବାଲାନ୍ସ, ଡାଟା ଓ ଏହାର ଭାଲିଡିଟି ସଂପର୍କରେ ସମସ୍ତ ସୂଚନା ?