କିପରି ଜାଣିବେ ଜିଓର ବାଲାନ୍ସ, ଡାଟା ଓ ଏହାର ଭାଲିଡିଟି ସଂପର୍କରେ ସମସ୍ତ ସୂଚନା ?

143

ଚାରିଆଡେ ଜିଓକୁ ନେଇ ଚର୍ଚ୍ଚା । କାରଣ, ଦୁନିଆରେ ଏଭଳି କୌଣସି ବ୍ୟକ୍ତି ନାହିଁ ଯିଏ କି ରିଲାଏନ୍ସ ଜିଓର ମାଗଣା ସେବାରୁ ବଂଚିତ ଅଟେ । କିନ୍ତୁ ଲୋକଙ୍କୁ ଏପରି ସୁବିଧା ଯୋଗାଇ ଦେଉଥିବା ଜିଓ ସଂପର୍କରେ ଅନେକ ସୂଚନା ପ୍ରାୟତଃ ସମସ୍ତଙ୍କୁ ଜଣା ନଥିବ । ତେବେ ଆଜି ଆମେ ଆପଣଙ୍କୁ ଜିଓ ସଂପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବାକୁ ଯାଉଛୁ ଯାହା ମାଧ୍ୟମରେ ଆପଣ ଜିଓ ତଥା ଜିଓର ବାଲାନ୍ସ, ଡାଟା ଏବଂ ବିଭିନ୍ନ ପ୍ଲାନ ସଂପର୍କରେ ସମସ୍ତ ସୂଚନା ଅତି ସହଜରେ ଜାଣିପାରିବେ ।

ମେନ୍ ବାଲାନ୍ସ ଜାଣିବେ କିପରି

ଜିଓ ସିମ୍ ୟୁଜର୍ସ ମୁଖ୍ୟତଃ ଦୁଇଟି ଉପାୟରେ ନିଜ ମେନ୍ ବାଲାନ୍ସ ସଂପର୍କରେ ସମସ୍ତ ସୂଚନା ପାଇପାରିବେ । ଏଥିପାଇଁ ଷ୍ଟାର ୩୩୩ ହାସ୍ ଡାଏଲ୍ କରିପାରିବେ ଏବଂ ଅନ୍ୟଟି ହେଲା, ଏମବାଲ୍ ଟାଇପ୍ କରି ତାକୁ ୫୫୩୩୩କୁ ପଠାଇ ପାରିବେ । ତେବେ ଷ୍ଟାର ୩୩୩ ହାସ୍ ଡାଏଲ କରିବା ଦ୍ୱାରା ଆପଣଙ୍କ ମୋବାଇଲ ସ୍କ୍ରିନରେ ଏହାର ବାଲାନ୍ସ ନଜର ଆସିଥାଏ ଏବଂ କ୍ୟାପିଟାଲ ଲେଟରରେ ଏମaûf ଟାଇପ୍ କରି ତାକୁ ୫୫୩୩୩ରେ ପଠାଇବାଦ୍ୱାରା ଜିଓର ବାଲାନ୍ସ ସଂମ୍ବନ୍ଧିୟ ସୂଚନା ଏକ ମେସେଜ୍ ଜରିଆରେ ଆପଣଙ୍କ ମୋବାଇଲକୁ ଆସିଥାଏ ।

ପ୍ରିପେଡ୍ ବାଲାନ୍ସ ଏବଂ ଭାଲିଡିଟି ଜାଣିବେ କିପରି

ଜିଓର ପ୍ରିପେଡ୍ ବାଲାନ୍ସ ଏବଂ ଭାଲିଡିଟି ସଂପର୍କରେ ଜାଣିବା ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ଏଥିପାଇଁ ଆପଣ ବିଏଏଲ୍ ଟାଇପ୍ କରି ତାକୁ ୧୯୯ରେ ପଠାଇ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କୁ ଆପଣଙ୍କ ପ୍ରିପେଡ୍ ବାଲାନ୍ସ ସଂପର୍କିତ ସୂଚନା ମିଳିଥାଏ । ଏଥିସହିତ ବାଲାନ୍ସର ଭାଲିଡିଟି ସଂପର୍କିତ ମଧ୍ୟ ସମସ୍ତ ସୂଚନା ମିଳିଥାଏ ।

ବିଲ୍ ଆମାଉଂଟ ଜାଣିବେ କିପରି

ଯଦି ଆପଣ ଜିଓର ପୋଷ୍ଟୋ ପେଡ୍ ସିମ୍ ବ୍ୟବହାର କରୁଛନ୍ତି ତେବେ ଏହାର ବିଲ୍ ବିଷୟରେ ମଧ୍ୟ ଆପଣ ସମସ୍ତ ସୂଚନା ପାଇପାରିବେ । ଏଥିପାଇଁ ଆପଣ ଆପଣଙ୍କ ମୋବାଇଲ୍ ଫୋନର ମେସେଜ୍ ବକ୍ସକୁ ଯାଇ କ୍ୟାପିଟାଲ୍ ଲେଟରରେ ବିଆଇଏଲଏଲ୍ ଟାଇପ କରି ତାକୁ ୧୯୯ରେ ପଠାଇ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କୁ ଆପଣଙ୍କ ମୋବାଇଲ ମାଧ୍ୟମରେ ବିଲ୍ ସଂମ୍ବନ୍ଧିତ ସମସ୍ତ ତଥ୍ୟ ମିଳିପାରିବ ।

ଜିଓ ପ୍ଲାନ

ଯଦି ଆପଣ ଜିଓର ସବସ୍କ୍ରାଇବ୍ ଟାରିଫ୍ ପ୍ଲାନ ସଂପର୍କରେ ଜାଣିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ କ୍ୟାପିଟାଲ ଲେଟରରେ ମାଇ ପ୍ଲାନ ଟାଇପ୍ କରି ତାକୁ ୧୯୯ରେ ସେଣ୍ଡ୍ କରିଦିଅନ୍ତୁ । ଏହାଦ୍ୱାରା ଆପଣ ଜିଓର ଟାରିଫ୍ ପ୍ଲାନ୍ ସଂପର୍କରେ ସମସ୍ତ ସୂଚନା ମେସେଜ ମାଧ୍ୟମରେ ପାଇପାରିବେ ।

ଜିଓ ନମ୍ବର ଜାଣିବେ କିପରି

ଯଦି ଆପଣ ନିଜର ଜିଓ ନମ୍ବରକୁ ଜାଣିବାକୁ ଚାହୁଁଛନ୍ତି ତେବେ ମୋବାଇଲରେ ୟୁଏସଏସଡି କୋଡ୍ ଷ୍ଟାର ୧ ହାସ୍ ଡାଏଲ୍ କରି ଆପଣ ନିଜର ଜିଓ ନମ୍ବରକୁ ଜାଣିପାରିବେ ।

ଏହାସହ ମଧ୍ୟ ପଢନ୍ତୁ- ୫ଟି କଥା ଯାହା ମହିଳା କହିଥାନ୍ତି, ହେଲେ ତା’ର ପ୍ରକୃତ ଅର୍ଥ କଣ, ଜାଣନ୍ତୁ !