ହିନ୍ଦୁ ପରମ୍ପରା ଅନୁସାରେ ବିବାହ ଉତ୍ସବରେ ଅନେକ ରୀତିନୀତି ପାଳନ କରାଯାଇଥାଏ । ତେବେ ହିନ୍ଦୁ ବିବାହର ସବୁଠାରୁ ବଡ ମହତ୍ୱପୂର୍ଣ୍ଣ ପ୍ରଥା ହେଉଛି ଅଗ୍ନୀ ଦେବତାଙ୍କ ଚାରି ପାଖରେ ଉଭୟ ବର-କନିଆଁଙ୍କ ସାତ ଥର ବୁଲିବା ଏବଂ ଏହା ପୂର୍ବରୁ କରାଯାଉଥିବା ଗଠବନ୍ଧନ ପରମ୍ପରା । ତେବେ ଗଠବନ୍ଧନ ପଛରେ ଆମ ପୂର୍ବଜମାନଙ୍କ ଏକ ଗଭୀର ଚିନ୍ତାଧାରା ଲୁଚି ରହିଛି । ସେମାନଙ୍କ ମତରେ ବିବାହ ସଂସ୍କାରର ପ୍ରତୀକ ଗଠବନ୍ଧନ ଅଟେ ।

ତେବେ ବିବାହ ସମୟରେ ଅଗ୍ନି ଦେବତାକୁ ସାକ୍ଷୀ ରଖି ସାତ ଥର ବୁଲିବା ସମୟରେ ବର-କନିଆଁଙ୍କ କାନ୍ଧରେ ଏକ ଧଳା ରଙ୍ଗର ଓଢଣୀ ରଖାଯାଇ ତାକୁ କନିଆଁର ଶାଢୀ କାନିରେ ବନ୍ଧା ଯାଇଥାଏ । ଯାହାକୁ ଗଠବନ୍ଧନ ବୋଲି କୁହାଯାଇଥାଏ । ଯାହାର ଅର୍ଥ ହେଉଛି, ‘ଏବେ ଉଭୟେ ପରସ୍ପର ସହିତ ସାରା ଜୀବନ ପାଇଁ ବାନ୍ଧି ହୋଇଯାଇଛନ୍ତି’ । ଏହାବ୍ୟତୀତ, ଗଠବନ୍ଧନ ସମୟରେ କନିଆଁର ଶାଢୀକାନିରେ ସାଧାରଣତଃ ମୁଦ୍ରା, ହଳଦୀ, ଫୁଲ, ଦୁବ ଏବଂ ଚାଉଳ ଆଦି ରଖାଯାଇ ଗଣ୍ଠି ପକାଯାଇଥାଏ । ଯାହାର ଅର୍ଥ ହେଲା, ଧନ ବା ସଂପତି ଉପରେ କୌଣସି ଜଣଙ୍କର ସଂପୂର୍ଣ୍ଣ ଅଧିକାର ନଥାଏ ବରଂ ଏଥପାଇଁ ଉଭୟଙ୍କ ସହମତି ଆବଶ୍ୟକତା ରହିବ ।

ଫୁଲର ଅର୍ଥ ହେଲା ବର-କନିଆଁ ସାରା ଜୀବନ ପରସ୍ପରକୁ ଦେଖି ଖୁସି ତଥା ଆନନ୍ଦରେ ରହିବାକୁ । ସେହିପରି ହଳଦୀର ଅର୍ଥ ଆରୋଗ୍ୟ ଅଟେ । ଦୁବର ଅର୍ଥ ହେଲା, ନବଦଂପତିଙ୍କ ଯୋଡି ସବୁବେଳେ ଅର୍ଥାତ୍ ଦୁବ ଭଳି ସତେଜ୍ ଏବଂ ସୁସ୍ଥ ରହିବାକୁ ବୁଝାଇଥାଏ । ଏବଂ ଚାଉଳର ଅର୍ଥ ହେଲା ପରିବାର ଏବଂ ସମାଜ ପ୍ରତି ସର୍ବଦା ସେବାଭାବ ରଖିବାକୁ ବୁଝାଇଥାଏ । ଏଥିସହିତ ଘରେ ସବୁବେଳେ ଅର୍ଣ୍ଣର ଭଣ୍ଡାର ଭରପୂର ରହୁ ଏବଂ କେବେ କେହି ଭୋକରେ ନ ରହୁ ବୋଲି ।

ଏହାସହ ମଧ୍ୟ ପଢନ୍ତୁ- କାହିଁକି ନଦୀରେ ପକାଯାଏ ଟଙ୍କା ! ଅନ୍ଧବିଶ୍ୱାସ ନା ଅନ୍ୟ କିଛି ଉଦ୍ଦେଶ୍ୟ, ଜାଣନ୍ତୁ ଏହି ପରମ୍ପରାର ରହସ୍ୟ