ଏକବିଂଶ ଶତାଦ୍ଦୀରେ ବିଜ୍ଞାନର ଅନେକ ଅଗ୍ରଗତି ପରେ ବି ମଣିଷ ମନରେ ଅନ୍ଧବିଶ୍ୱାସ ଭରି ରହିଛି । ଏହି ଅନ୍ଧ ବିଶ୍ୱାସର ବଶବର୍ତି ହୋଇ ଲୋକମାନେ କରୁଥିବା କାମ ବେଳେବେଳେ ଚକିତ କରେ ସମସ୍ତଙ୍କୁ । ଏମିତି ଏକ ଚକିତ ହେଲା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିହାରର ପାଟନାରେ ।
ସାପ କାମୁଡାରେ ଦୁଇଜଣ ଝିଅଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କ ପରିବାର ଲୋକ ଶବ ସଂସ୍କାର ନକରି ଶବକୁ ଗୁଣିଆ ପାଖକୁ ନେଇ ଯାଇଥିଲେ । ଘଟଣାଟି ଘଟିଛି ମସୈାଢ଼ିର ଗୈାରି ଛକ ଥାନା ଆଲବାଲପୁର ଗ୍ରାମରେ । ସାପ କାମୁଡାରେ ୧୩ ବର୍ଷୀୟ ସୁଧା ଓ ୧୪ ବର୍ଷୀୟ ପୂଜା ନାମ୍ନୀ ଦୁଇ ଜଣ ଝିଅଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିବାର ଲୋକ ସେମାନଙ୍କୁ ବଂଚେଇବା ଆଶାରେ ଗୁଣିଆ ପାଖକୁ ନେଇଥିଲେ । ଗୁଣିଆ ଜଣକ ଦୁଇ ଝିଅଙ୍କ ଶବ ପାଖରେ ଶୋଇ ଝଡାଫୁଙ୍କା କରିଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ।
ମୃତକଙ୍କ ପରିବାର ବ୍ୟତୀତ ଅନେକ ଲୋକ ଗୁଣିଆ ଆଗରେ ହାତ ଯୋଡି ଠିଆ ହୋଇଥିବାର ଦେଖା ଦେଇଥିଲା । ଯେତେବେଳେ ଝିଅଙ୍କୁ ବଂଚାଇବାରେ ଗୁଣିଆର ତନ୍ତ୍ରବିଦ୍ୟା କାମ ଦେଲା ନାହିଁ ସେଠାରୁ ଖସିବା ଆରମ୍ଭ କରିଥିଲା ଗୁଣିଆ । ହେଲେ ସେମିତି ପୂର୍ଣ୍ଣ ବିଶ୍ୱାସର ସହ ସେ ମୃତ ଝିଅ ଦୁଇଟିର ପରିବାର ଲୋକ ଅପେକ୍ଷା କରିଥିଲେ ଗୁଣିଆକୁ । ଶେଷରେ ନିରୁପାୟ ହୋଇ ପରିବାର ଲୋକ ଦୁଇ ଝିଅଙ୍କର ଶବ ସଂସ୍କାର କରିଥିଲେ ।
ଏହା ସହ ଦେଖନ୍ତୁ -ବାପାଙ୍କ ବ୍ୟବସାୟ ପାଇଁ ଝିଅ କରୁଥିଲା ପୂଜା ! ୬୮ ଦିନର ଉପବାସ ପରେ ମରିଗଲା ଆରାଧନା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/44-1.png)
/kanak/media/post_attachments/wp-content/uploads/2016/10/22-1-300x202.png)