ବିସିସିଆଇର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ସୌରଭ ଗାଙ୍ଗୁଲି : ବିସିସିଆଇର ୩୯ ତମ ସଭାପତି ଭାବେ ୯ ମାସ ପାଇଁ ନେଲେ ଦାୟିତ୍ୱ

231

କନକ ବ୍ୟୁରୋ : ବିସିସିଆଇର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ସୌରଭ ଗାଙ୍ଗୁଲି । ବିସିସିଆଇର ୩୯ ତମ ସଭାପତି ଭାବେ ସେ ଦାୟିତ୍ୱ ନେଇଛନ୍ତି । ୯ ମାସ ପାଇଁ ବିସିସିଆଇ ସଭାପତି ଭାବେ ସେ ଦାୟିତ୍ୱ ଦାୟିତ୍ୱ ତୁଲାଇବେ । ବିସିସିଆଇ ପକ୍ଷରୁ ଟୁଇଟ କରି ଏନେଇ ସୂଚନା ଦିଆଯାଇଛି । ଆସନ୍ତା ବର୍ଷ ଜୁଲାଇ ପର୍ଯ୍ୟନ୍ତ ସୌରଭ ନିଜ ପଦ ସମ୍ଭାଳିବେ ।

ସୌରଭଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା ବିସିସିଆଇର ସମ୍ପାଦକ ପଦ ଦାୟିତ୍ୱ ଗ୍ରହଣ କରିଛନ୍ତି । କ୍ରିକେଟ ପ୍ରଶାସନ କ୍ଷେତ୍ରରେ ସୌରଭଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି । ସେ ବେଙ୍ଗଲ କ୍ରିକେଟ୍ ଆସୋସିଏସନର ଅକ୍ଷ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । କ୍ରିକେଟ ପରାମର୍ଶଦାତା କମିଟିର ସଦସ୍ୟ ରହିବା ସହ ଆଇପିଏଲ ଦଳର କାର୍ଯ୍ୟକର୍ତା ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି ।

ବିସିସିଆଇ ଓ ଭାରତୀୟ କ୍ରିକେଟରେ ସମସ୍ୟା ଗୁଡ଼ିକର ସମାଧାନ କରିବା ଉପରେ ଜୋର ଦେବେ ବୋଲିି କହିଛନ୍ତି ସୌରଭ । ଦ୍ୱେତ ସ୍ୱାର୍ଥକୁ ନେଇ ଜଟିଳତାକୁ ମଧ୍ୟ ସରଳ କରିବା ଉପରେ ସେ ଜୋର ଦେଇଛନ୍ତି ।