୨୦୧୯ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ଆଗୁଆ ପ୍ରସ୍ତୁତି ! ୧୩ ତାରିଖରେ ବିରୋଧୀ ନେତା ମାନଙ୍କୁ ରାତ୍ରି ଭୋଜନ ପାଇଁ ଆମନ୍ତ୍ରଣ କଲେ ସୋନିଆ

28

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିରୋଧୀଙ୍କୁ ଏକାଠି କରିବାକୁ ଉଦ୍ୟମ ଆରମ୍ଭ କରିଛି କଂଗ୍ରେସ । ମିଳିଥିବା ଖବର ଅନୁସାରେ, ଆସନ୍ତା ୧୩ ତାରିଖରେ ବିରୋଧୀ ଦଳ ନେତାଙ୍କ ପାଇଁ ଏକ ଡିନର ପାର୍ଟିର ଆୟୋଜନ କରିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧି । ନରେନ୍ଦ୍ର ମୋଦିଙ୍କୁ ବିରୋଧୀ ଦଳ ଏକାଠି ହୋଇ ଟକ୍କର ଦେବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ସୋନିଆ ଏହି ବୈଠକ ଡାକିଥିବା କୁହାଯାଉଛି । ମାର୍ଚ ୧୬ରୁ ୧୮ ତାରିଖରେ ଏଆଇସିସିର ବୈଠକ ପୂର୍ବରୁ ସୋନିଆ ଗାନ୍ଧି ଏହି ବୈଠକ ଡାକିଛନ୍ତି । ୧୭ ରାଜନୈତିକ ଦଳଙ୍କୁ ଏ ବାବଦରେ ନିମନ୍ତ୍ରଣ ପଠାଯାଇଛି ।

Sonia-Gandhi-

ଗତମାସରେ ପାର୍ଲାମେଂଟର ରଣନୀତି ପ୍ରସ୍ତୁତ ପାଇଁ କଂଗ୍ରେସ ଦ୍ୱାରା ଡକାଯାଇଥିବା ବୈଠକରେ ଏହି ଦଳ ଯୋଗଦେଇଥିଲେ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ତୃତୀୟ ମେଂଟ ଗଠନ ଲାଗି ଆହ୍ୱାନ ଦେଇଥିବା ପରିପ୍ରେକ୍ଷୀରେ ସୋନିଆଙ୍କ ଡିନର ପାର୍ଟିକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି ।ଏପରିକି ପାର୍ଲାମେଂଟରେ ସମନ୍ୱୟ ରକ୍ଷା ପାଇଁ ବିଜେଡି ସହ କଥା ହୋଇଛନ୍ତି ସୋନିଆ ଗାନ୍ଧି । ଏ ବାବଦରେ ଭର୍ତୃହରି ମହତାବଙ୍କ ସହ ଆଲୋଚନା କରିଛନ୍ତି ସୋନିଆ ।