ସୋନା ମହାପାତ୍ରଙ୍କ ଆହେ ନୀଳ ଶଇଳ ଗୀତକୁ ନେଇ ବଢୁଛି ବିରୋଧ : ସୋସିଆଲ ମିଡିଆରେ ସାହିତ୍ୟିକ ଓ ଫିଲ୍ମ ପ୍ରଯୋଜକଙ୍କ କ୍ଷୋଭ

38

କନକ ବ୍ୟୁରୋ : କୋଟି କୋଟି ଓଡିଆଙ୍କ ଭାବାବେଗ ସହ ଜଡିତ ଭଜନ, ଆହେ ନୀଳ ଶଇଳ ଗୀତକୁ ସିଙ୍ଗର ସୋନା ମହାପାତ୍ର ବିକୃତ କରି ଗାଇବା ପରେ ବିବାଦ ବଢ଼ିବାରେ ଲାଗିଛି । ପ୍ରତିବାଦ କରି ପୁରୀ ସ୍ୱର୍ଗଦ୍ୱାରରେ ସୋନା ମହାପାତ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ନାଗରିକ ସୁରକ୍ଷା ମଂଚ ପକ୍ଷରୁ ବିକ୍ଷୋଭ କରାଯିବା ସହ ସୋନା ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି । ସଂଙ୍ଗୀତ ପରିବେଷଣ କରିବା ସମୟରେ ସୋନା ଭଜନରେ ଥିବା ଅନେକ ଶବ୍ଦକୁ ବିକୃତ ଭାବରେ ଉଚ୍ଚାରଣ କରୁଥିବା ନେଇ ଅଭିଯୋଗ ହୋଇଛି । ଯେଉଁଥିପାଇଁ ସୋନା ମହାପାତ୍ରଙ୍କୁ ନେଇ ସୋସିଆଲ ମିଡ଼ିଆରେ କଡା ଭାଷାରେ ସମାଲୋଚନା କରାଯାଉଛି ।

ସୋନା ମହାପାତ୍ରଙ୍କ ଗୀତକୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଆସିବାରେ ଲାଗିଛି । ସାହିତ୍ୟିକ କେଦାର ମିଶ୍ର ଓ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା ଏହାକୁ ନେଇ ଟ୍ୱିଟ କରିଛନ୍ତି । କେଦାର ମିଶ୍ର ଟିଟ୍ୱରରେ ଲେଖିଛନ୍ତି ଜଣେ ନାଗରିକ ହିସାବରେ ଜଣେ ସବୁ କିଛି କରିବାର ଅଧିକାର ଅଛି । କିନ୍ତୁ ଭାଷା ଓ ସଂସ୍କୃତିକୁ ଆଘାତ ଦେବାର କୌଣସି ଅଧିକାର ନାହିଁ । ଓଡିଆକୁ ଆପଣ ଲଗାତାର ଭାବେ ଅସମ୍ମାନ କରୁଛନ୍ତି ।