ଅର୍ଜୁନ କପୁରଙ୍କୁ ସୋସିଆଲ ମିଡ଼ିଆରେ ଦୁଷ୍କର୍ମକାରୀ କହିଲେ ଯୁବତୀ ! ଜାଣନ୍ତୁ, କ’ଣ ମିଳିଲା ଜବାବ୍

36

ଆଜିକା ସମୟରେ ସୋସିଆଲ ମିଡ଼ିଆର ଶକ୍ତି ଆକଳନ କରିବା କଷ୍ଟକର । ପ୍ରତିଦିନ ଲୋକଙ୍କ ସୁବିଧା ପାଇଁ ନୂଆ ନୂଆ ଫିଚର ତଥା ନୂଆ ନୂଆ ଆପ୍ ଉପସ୍ଥାପନ କରାଯାଉଛି । କିନ୍ତୁ ଏପରିସ୍ଥଳେ ସୋସିଆଲ ମିଡ଼ିଆରେ ଆପତ୍ତିଜନକ କିମ୍ବା ଅପମାନଜନକ ପୋଷ୍ଟ କରିବା ବିଲକୁଲ ଠିକ୍ ନୁହେଁ । ତେବେ ଏପରି କିଛି ଅପମାନଜନକ ପୋଷ୍ଟ ହୋଇଛି ବଲିଉଡ଼୍ ଅଭିନେତା ଅର୍ଜୁନ କପୁରଙ୍କ ବିଷୟରେ । ସୋସିଆଲ ମିଡ଼ିଆରେ ବଲିଉଡ଼୍ ତାରକା ପ୍ରତିଦିନ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ଥାଆନ୍ତି ।

କିନ୍ତୁ ଏଥର ଅର୍ଜୁନ କପୁରଙ୍କୁ ଜଣେ ଯୁବତୀ କିଛି ଏପରି କଥା କହିଛନ୍ତି ଯାହା ତାଙ୍କୁ ଚିନ୍ତାରେ ପକାଇଛି । ପ୍ରକୃତକଥା ହେଲା ସୋସିଆଲ ମିଡ଼ିଆରେ ଟ୍ୱିଟ୍ ଜରିଆରେ ଜଣେ ୟୁଜର ଅର୍ଜୁନ କପୁରଙ୍କୁ ଦୁଷ୍କର୍ମକାରୀ କହିଛନ୍ତି । ତେବେ ଅର୍ଜୁନ କପୁର ଏଥିପାଇଁ ବହୁତ ଚିନ୍ତିତ ଥିବା ଜଣାପଡ଼ିଛି । ତେବେ ଉକ୍ତ ଯୁବତୀ ଜଣଙ୍କର ଟ୍ୱିଟର ରିଟ୍ୱିଟ୍ କରିଛନ୍ତି ଅର୍ଜୁନ । ଅର୍ଜୁନ କପୁର ଟ୍ୱିଟ୍ କରି ଲେଖିଛନ୍ତି ସୋସିଆଲ ମିଡ଼ିଆରେ ଜଣକୁ ଦୁଷ୍କର୍ମକାରୀ କହି ଅପମାନିତ କରିବା ବହୁତ ଦଃଖର କଥା ।

ତେବେ ଅର୍ଜନଙ୍କ ଏହି ଟ୍ୱିଟ୍ ପରେ ୟୁଜର ନିଜର ଟ୍ୱଟ ଡିିଲିଟ୍ କରିଦେଇଛନ୍ତି । ଏହାପରେ ଅର୍ଜୁନ କପୁରଙ୍କ ପ୍ରଶଂସକମାନେ ଏହି ଟ୍ୱିଟ୍ ଉପରେ କମେଂଟଣ୍ଟ କରିଛନ୍ତି । କିନ୍ତୁ ଏସବୁ ପରେ ଅର୍ଜୁନ ଆଉ କିଛି ଟ୍ୱିଟ୍ କରିନାହାନ୍ତି । ସୂଚନାଯୋଗ୍ୟ ଅର୍ଜୁନ କପୁର ତାଙ୍କର ଅଗାମୀ ଦୁଇଟି ସିନେମାରେ ଅଭିନେତ୍ରୀ ପରିଣିତୀ ଚୋପ୍ରାଙ୍କ ସହ ଅଭିନୟ କରିବେ । ସିନେମା ଦୁଇଟି ହେଲା ‘ସନ୍ଦୀପ ଔର ପିଙ୍କି ଫରାର’‘ନମସ୍ତେ କମାଣ୍ଡୋ’