ସମ୍ବଲପୁରୀ କପଡା ହେବ ସ୍କୁଲ ଡ୍ରେସ୍ କୋଡ୍ ! ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ନେଇ ସୂଚନା ଦେଲେ ବୟନଶିଳ୍ପମନ୍ତ୍ରୀ ସ୍ନେହାଁଙ୍ଗିନୀ ଛୁରିଆ

131

କନକ ବ୍ୟୁରୋ : ସମ୍ବଲପୁରୀ କପଡା ହୋଇପାରେ ସ୍କୁଲ ଡ୍ରେସ କୋଡ । ସମ୍ବଲପୁରୀ କପଡାକୁ ଏଣିକି ସବୁ ଶିକ୍ଷାନୁଷ୍ଠାନ ମାନଙ୍କରେ ଡ୍ରେସ କୋଡ ଭାବେ ଲାଗୁ କରାଯିବା ନେଇ ଖୁବ୍ ଶୀଘ୍ର ନିଷ୍ପତି ହୋଇପାରେ । ଏ ସଂପର୍କରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ରବିବାର ସମ୍ବଲପୁରରେ ଅନୁଷ୍ଠିତ ହୋଇଥିବା ସମ୍ବାଦ ପାଠକ ମଂଚରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ।

ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିବା କହିଛନ୍ତି । ଶିକ୍ଷାନୁଷ୍ଠାନରେ ସମ୍ବଲପୁରୀ ଡ୍ରେସ କୋଡ କରିବା ନେଇ ଗଣଶିକ୍ଷା ମନ୍ତ୍ରୀ ଓ ସଚିବମାନଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଛି । ତେବେ ଏଥିରେ ବିଳମ୍ବ ହେବା ପଛରେ କେତେକ ବୈଷୟିକ କାରଣ ରହିଥିବା କହିଛନ୍ତି ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ଅନ୍ୟ କପଡା ଅପେକ୍ଷା ସମ୍ବଲପୁରୀ କପଡା ମହଙ୍ଗା । ତେଣୁ ଶସ୍ତାରେ କପଡା ଯୋଗାଇବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ବୟନଶିଳ୍ପ ମନ୍ତ୍ରୀ ।