ଗାଡ଼ି ଚଳାଇବା ସମୟରେ ଡ୍ରାଇଭରଙ୍କୁ ଆସିବନି ନିଦ : ବିଟେକ ଛାତ୍ର ବାହାର କଲେ ସ୍ୱତନ୍ତ୍ର ଯନ୍ତ୍ର

40

ପ୍ରତିବର୍ଷ ହଜାର ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ଆମ ଦେଶରେ ସଡ଼କ ଦୁର୍ଘଟଣା ଦ୍ରୁତ ଗତିରେ ବଢ଼ିଚାଲିଛି । ସଚେତନାତା ବାର୍ତ୍ତା ମଧ୍ୟ କିଛି କାମ ଦେଉନି । ଆଜିକାଲି ଆପଣ ଦେଖୁଥିବେ ସଡ଼କରେ ଦୁର୍ଘଟଣା ଘଟାଇବା ପରେ ଅତ୍ୟନ୍ତ ଅମାନବିକତାର କାର୍ୟ୍ୟ କରୁଛନ୍ତି ଲୋକେ । ଦୁର୍ଘଟଣାଗ୍ରସ୍ତ ଲୋକକୁ ଡାକ୍ତରଖାନା ନେବା ପରିବର୍ତ୍ତେ ଦୁର୍ଘଟଣାସ୍ଥଳରୁ ପଳାଇ ଯାଉଛନ୍ତି । ଓଡ଼ିଶା ସମେତ ସାରା ଦେଶରେ ଘଟୁଥିବା ରାସ୍ତା ଦୁର୍ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ସଡ଼କ ସଚେତନତା ଏବଂ ରାସ୍ତାଗୁଡ଼ିକର ମାନ ବୃଦ୍ଧି ପାଇବା ସତ୍ୱେ ଏତିକି ସଂଖ୍ୟାରେ ଦୁର୍ଘଟଣା ଘଟିବା ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ନିଶାସକ୍ତ ଅବସ୍ଥାରେ ଗାଡ଼ିଚାଳନା, ବେପରୱା ଭାବରେ ଓଭରଟେକ କରିବା ଓ ଚାଳକଙ୍କୁ ନିଦ ହେବା ରାସ୍ତା ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

road accident
image courtesy – sites.ndtv.com

ଗାଡ଼ି ଚାଳକଙ୍କୁ ନିଦ ହୋବ ଯୋଗୁଁ ଘଟୁୁୁଥିବା ଦୁର୍ଘଟଣା ଉପରେ ଲାଗିବ ରୋକ । ଉତ୍ତରାଖଣ୍ଡ ପେଟ୍ରୋଲିୟମ ବିବିରେ ବିଟେକ କରୁଥିବା ଲକ୍ଷ୍ୟ ଗୁପ୍ତା ଏକ ସ୍ୱତନ୍ତ୍ର ଯନ୍ତ୍ରର ପ୍ରୋଜେକ୍ଟ ତିଆରି କରିଛନ୍ତି । ଏହି ଯନ୍ତ୍ର ଗାଡ଼ି ଚଳାଇବା ସମୟରେ ଚାଳକକୁ ନିଦ ଆସିଲେ ଆଲାର୍ମ ମାଧ୍ୟମରେ ଉଠାଇଦେବ । ଉତ୍ତରାଖଣ୍ଡ ପେଟ୍ରୋଲିମୟ ୟୁନିଭର୍ସିଟିରେ କମ୍ପ୍ୟୁଟର ସାଇନ୍ସରେ ବିଟେକ୍ କରିସାରିଥିବା ଲକ୍ଷ୍ୟ ଗୁପ୍ତାଙ୍କ ଅନୁସାରେ ଦେଶରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି । ଆଉ ଏହି ଦୁର୍ଘଟଣାକୁ ଆଖି ଆଗରେ ରଖି ସେ ଏହି ସ୍ୱନ୍ତ୍ର ଯନ୍ତ୍ର ଉଦ୍ଭାବନ କରିଛନ୍ତି । ଏହି ଷ୍ଟାଟଅପକୁ ମାନ୍ୟତା ମଧ୍ୟ ମିଳିସାରିଛି ।

ଏହି ସ୍ୱତନ୍ତ୍ର ଯନ୍ତ୍ର ଗାଡ଼ିର ଷ୍ଟିୟରିଂ ସହ ଲାଗିବ । ଆଉ ଏହାର ମୂଲ୍ୟ ମାତ୍ର ୨୦୦ ପଯ୍ୟନ୍ତ ରହିବ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ୩୦ ପ୍ରତିଶତ ସଡ଼କ ଦୁର୍ଘଟଣା ଚାଳକଙ୍କୁ ନିଦ ଆସୁଥିବା ଯୋଗୁଁ ହୋଇଥାଏ । ସବୁଠାରୁ ବଡ଼ କଥା ହେଲା ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଆର୍ଥିକ ସହଯୋଗ ପ୍ରଦାନ କରୁଛନ୍ତି । ଷ୍ଟାଟ୍ ଅପ୍ ନୀତି ଅନୁସାରେ ପ୍ରୋଜେକ୍ଟ ତିଆରି କଲେ, ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି ।