ଅଧିକ ଆଣ୍ଟିବାୟୋଟିକ୍ ବ୍ୟବହାର କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ୍ . . . .

72

ଥଣ୍ଡା କାଶ, ଗଳା ସଂକ୍ରମଣ, ଭାଇରାଲ, ନିମୋନିଆ ଓ ପେଟ ସମ୍ମନ୍ଧୀୟ ରୋଗ ଏବେ ଏକ ସାଧାରଣ ସମସ୍ୟା । ଏଥିପାଇଁ ଆଣ୍ଟିବାୟୋଟିକ୍ କିମ୍ବା ଆଣ୍ଟିବ୍ୟାକଟେରିଆଲ ମେଡିସିନ ଦିଆଯାଏ । ତେବେ ଅଧିକ ଆଣ୍ଟିବାୟୋଟିକ୍ ସେବନ କରିବା ଶରୀର ପକ୍ଷେ ହାନିକାରକ । ଆବଶ୍ୟକତା ଠାରୁ ଅଧିକ ସେବନ କରିବା ଦ୍ୱାରା ଆଂଟିବାୟୋଟିକ ପ୍ରତିରୋଧ ମାମଲା ବୃଦ୍ଧି ପାଇବାରେ ଲାଗିଛି । ରୋଗର ସଠିକ ପରୀକ୍ଷା ନକରି ଆଣ୍ଟିବାୟୋଟିକ ସେବନ କରିବା ଦ୍ୱାରା ବିଭିନ୍ନ ସମସ୍ୟା ଦେଖାଯାଇଥାଏ । ଏହି ମେଡିସିନ ଆଗକୁ ଗଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ତେବେ ଆଣ୍ଟିବାୟୋଟିକ୍ ମେଡିସିନ ଦୁଇ ପ୍ରକାର କାମ କରିଥାଏ –

 

 

 

 

 

 

 

 

 

 

 

 

–  ବ୍ୟାକ୍ଟେରିଆକୁ ଶରୀରର ବିଭିନ୍ନ ଅଙ୍ଗରେ ବୃଦ୍ଧି ଏବଂ ଅଧିକ ବଢ଼ାଇବାରୁ ପ୍ରତିରୋଧ କରିଥାଏ ଆଣ୍ଟିବାୟୋଟିକ୍ । ଏହା ସହ ବ୍ୟାକ୍ଟେରିଆକୁ ହ୍ରାସ କରିଥାଏ ।

– ଅନେକ ଥର ଭାଇରାଲ, ଜ୍ୱର, ଥଣ୍ଡା କାଶ ପରି ସାଧାରଣ ରୋଗ ପାଇଁ ଆଣ୍ଟିବାୟୋଟିକ ସେବନର ଆବଶ୍ୟକ ପଡିନଥାଏ । ଯଦି ଜ୍ୱର ସହିତ ଛାତିରେ ସମସ୍ୟା ଦେଖାଯାଏ ତେବେ ଡକ୍ଟରଙ୍କ ପରାମର୍ଶରେ ହିଁ ଔଷଧ ସେବନ କରିବା ଆବସ୍ୟକ । ଔଷଧ ସେବନ କରିବା ଯଦି ଭୁଲି ଯାଇଥାନ୍ତି ତେବେ ସେହି ଡୋଜକୁ ଛାଡି ସିଡ୍ୟୁଲ ଅନୁସରଣ କରିବା ଦରକାର । ଓଭରଡୋଜ ଶରୀର ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଆନ୍ଟିବାୟୋଟିକ ଔଷଧ ଦେବା ଅନୁଚିତ । ଏହା ଦ୍ୱାରା ବ୍ଲିଡିଙ୍ଗ, ଗର୍ଭପାତ ଏବଂ ଗର୍ଭରେ ବଢୁଥିବା ଶିଶୁର ସଠିକ ବିକାସ ନହେବାର ଆଶଙ୍କା ଥାଏ । ଆନ୍ଟିବାୟୋଟିକ ଔଷଧର ଅଧିକ ସେବନ କରିବା ଆରାମ ଦେଇଥାଏ ତାହା ଭାବିବା ଭୁଲ ।