କନକ ବ୍ୟୁରୋ : ହୁ ହୁ ହୋଇ ଜଳିଗଲା କାର୍ । ରାସ୍ତାରେ ଯାଉଥିବା ବେଳେ ହଠାତ କାରଟିରେ ନିଆଁ ଲାଗିଯାଇଥିଲା । ସମ୍ବଲପୁର ଅଇଁଠାପାଲି ସ୍ଥିତ ମାଝିପାଲି ଠାରେ ଆଜି ସକାଳେ ଚଳନ୍ତା ଗାଡିରେ ନିଆଁ ଲାଗିଯାଇଥିଲା । ସମ୍ବଲପୁରର ଡାକ୍ତର ଧିରେନ୍ଦ୍ର କୁମାର ପଣ୍ଡା ଓ ସ୍ତ୍ରୀଙ୍କ ସହ ୱାଗନର ଗାଡିରେ ଝାରସୁଗୁଡା ଯାଉଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଗାଡିରେ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ, ଦେଖୁ ଦେଖୁ ଗାଡିଟି ସମ୍ପୂର୍ଣ୍ଣ ପୋଡି ଯାଇଥିଲା । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲା । ତେବେ ଏହି ଘଟଣାରେ କେହି ହତାହତ ହୋଇନାହାନ୍ତି ।
ହୁ ହୁ ହୋଇ ଜଳିଗଲା କାର ! ସମ୍ବଲପୁର ମାଝିପାଲିର ବିଚ ରାସ୍ତାରେ ଚଳନ୍ତା ଗାଡିରେ ନିଆଁ
/kanak/media/post_attachments/wp-content/uploads/2017/11/Screen-shot-2017-11-24-at-2.25.57-PM.png)