ଢେଙ୍କାନାଳ ସେଲଟର୍ ହୋମରୁ ଆସିଲା ସାଂଘାତିକ ଅଭିଯୋଗ : ‘ଗୁଡ୍ ନ୍ୟୁଜ ଇଣ୍ଡିଆ’ର ଅଧ୍ୟକ୍ଷ ଫୟାଜ୍ ରହେମାନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

590

କନକ ବ୍ୟୁରୋ : ସେଲଟର ହୋମ ନାଁରେ ଶାରୀରିକ ଶୋଷଣର ଅଭିଯୋଗ । ଢେଙ୍କାନାଳ ବେଲଟିଗିରିି ଠାରେ ଥିବା ଗୁଡ ନ୍ୟୁଜ ଇଣ୍ଡିଆ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭିତରେ ଝିଅ ମାନଙ୍କୁ ଏଭଳି ନିର୍ଯାତନା ଦିଆଯିବାର ଅଭିଯୋଗ ଆସିଛି । କ୍ୟାମେରା ସାମ୍ନାରେ ସଂସ୍ଥାର ମୁଖ୍ୟ ଫୟାଜ ରେହେମାନ ଝିଅଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ସହ ତାଙ୍କୁ ଚୁମ୍ବନ ଦେଉଥିବାର ଅଭିଯୋଗ ହୋଇଛି । ଜଣେ ଅଭିଯୋଗକାରିଣୀ କହିଛନ୍ତି ବଡ଼ ପିଲାମାନଙ୍କୁ ହିଁ ଆଂଟିମାନେ ଡାକନ୍ତି ଆଉ ଏପରି କରନ୍ତି । ଏବଂ ତାଙ୍କ କଥା ନଶୁଣିଲେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରନ୍ତି । କେବେ କେବେ ରୁମରୁ ମଧ୍ୟ ବାହାର କରିଦିଅନ୍ତି । ଶାରିରୀକ ଓ ମାନସିକ ନିର୍ଯାତନା ଦିଅନ୍ତି । ଆଉ ଜଣେ ବାଳକ ଅଭିଯୋଗ କରିଛନ୍ତି ସେଠାରେ ଆମକୁ କୁକର, ଭିକାରୀ କୁହନ୍ତି ଓ ସେପରି ବ୍ୟବହାର ମଧ୍ୟ କରନ୍ତି । ଏପରିକି ସେଲଟର ହୋମରେ ସେମାନଙ୍କୁ ବିଧା, ଚାପୁଡ଼ା ମାରିବା କଥା ମଧ୍ୟ ଅତି ସାଧାରଣ ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଫୟାଜ ରେହେମାନ ସେଲଟର ହୋମର ପୁଅଙ୍କୁ ଏଭଳି ସ୍ନେହ କରିବାକୁ ଚାହୁଁ ନଥିବା ବେଳେ କେବଳ ଝିଅଙ୍କୁ ସ୍ନେହ କରିବା ବାହାନାରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ସାମାଜିକ ନିରାପତ୍ତାକୁ ଦୃଷ୍ଟିରେ ରଖି ଅଭିଯୋଗକାରୀଙ୍କ ପରିଚୟ ଗୋପନ ରଖାଯାଇଛି । କାରଣ ଏପରି ନକେଲ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି । ହେଲେ ସେମାନେ କ୍ୟାମେରା ସାମ୍ନାରେ ସବୁକିଛି କଥା କହିଛନ୍ତି ।

ସୂଚନା ଅନୁସାରେ ପ୍ରଶାସନର ଅଗଚୋରରେ ଚାଲିଛି ସଂସ୍ଥା । ତେବେ ଅଭିଯୋଗକୁ ସ୍ୱୀକାର କରିଛନ୍ତି ସଂସ୍ଥାର ପରିଚାଳନା ଦାୟିତ୍ୱରେ ଥିବା ସୀମାଂଚଳ ନାୟକ । ଯେଉଁ ପିଲାମାନେ ଏହି ଅଭିଯୋଗ ଆଣିଛନ୍ତି ସେମାନଙ୍କୁ ସାମୁହିକ ଛୁଟିରେ ପଠାଇଦେବା ପାଇଁ ମଧ୍ୟ ଷଡ଼ଯନ୍ତ୍ର ଚାଲିଛି । ସଂସ୍ଥାଟି ବିଲକୁଲ ଏକ ନିକାଞ୍ଚନ ଅଂଚଳରେ ହୋଇଛି । ଅତି ଭିତିରିଆ ସ୍ଥାନରେ ହୋଇଥିବା ଯୋଗୁଁ ସେଠାକୁ ଯାତାୟତ ଏତେ ହୁଏନାହିଁ । ତେବେ ସଂସ୍ଥାଟି ୨ ବର୍ଷ କାଳ ଚାଲିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ଯାଂଚ କରାଯାଇନଥିଲା । କେତେ ପିଲା ରହୁଛନ୍ତି, କ’ଣ କରୁଛନ୍ତି ସଂସ୍ଥା କେମିତି ଚାଲିଛି ଏନେଇ କିଛି ତଥ୍ୟ ନଥିଲା । ଏଥିଯୋଗୁଁ ୨ ବର୍ଷ ଯାଁ ଚାଲିଥିଲା । ତେବେ ପରିଚାଳନା ଅସୁବିଧା ଯୋଗୁଁ ଏବେ ଘଟଣା ସାମ୍ନାକୁ ଆସିଛି ।