ଏବେ ବି ଅଛି କି ପୁରାଣ ବର୍ଣ୍ଣିତ ବାସୁକି ନାଗ ? ବାଙ୍ଗାଲୁରୁ ନିକଟସ୍ଥ ଗାଁରୁ ମିଳିଲା ସାତମୁଣ୍ଡିଆ ସାପର କାତି,ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

994

କନକ ବ୍ୟୁରୋ : ବେଙ୍ଗାଲୁରୁଠାରୁ ୬୦ କିଲୋମିଟର ଦୂର ଏକ ଗାଁ ଏବେ ସମସ୍ତଙ୍କ ପାଇଁ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ । ଗାଁ ଲୋକେ ଏକ ଅଜବ ପ୍ରକାରର ସାପକାତି ପାଇବା ପରେ ଲୋକଙ୍କ ଭିଡ ଜମିଛି । ବିଶ୍ୱାସ କରାଯାଉଛି, ଏହା ଏକ ସାତମୁଣ୍ଡିଆ ନାଗସାପର କାତି । କାତି ମିଳିଥିବା ସ୍ଥାନ ନିକଟରେ ମନ୍ଦିର ଥିବାରୁ ପୁରାଣ ବର୍ଣ୍ଣିତ ସାତମୁଣ୍ଡିଆ ବାସୁକୀ ନାଗ ଏବେ ବି ଅଛନ୍ତି ବୋଲି ଗାଁ ଲୋକ ବିଶ୍ୱାସ କରୁଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଆଖପାଖ ଅଂଚଳର ଶହ ଶହ ଲୋକ ସାପକାତିକୁ ଦେଖିବା ପାଇଁ ସଂପୃକ୍ତ ଗାଁକୁ ଆସୁଛନ୍ତି । ସିନ୍ଦୂର ଓ ହଳଦି ଦିଆଯାଇ ପୂଜାର୍ଚ୍ଚନା କରାଯାଉଛି ।

ଗାଁ ଲୋକଙ୍କ କହିବାଅନୁସାରେ, ଠିକ ସାତମୁଣ୍ଡିଆ ସାପକାତି ପ୍ରାୟ ୬ ମାସ ତଳେ ଦେଖିବାକୁ ମିଳିଥିଲା ।ସଂପୃକ୍ତ ସ୍ଥାନର ସ୍ୱତନ୍ତ୍ର ଶକ୍ତି ଥିବା ବିଶ୍ୱାସ କରି ଗାଁଲୋକେ ଏକ ମନ୍ଦିର ନିର୍ମାଣ କରିଥିଲେ । ଏବେ ମନ୍ଦିରର ଠିକ ୧୦ ମିଟର ପାଖରେ ଏବେ ଏକ ସାପକାତି ଦେଖିବାକୁ ମିଳିଛି । ପୁରାଣ ଅନୁସାରେ, ଭଗବାନ ଶ୍ରୀକୃଷ୍ଣ କାଳୀୟ ଦଳନ କରିଥିଲେ । ଏହି ସାପ ସାତମୁଣ୍ଡିଆ ଥିଲା । ଆଜି ଯାଏଁ କେବଳ ପୁରାଣରେ ହିଁ ଏଭଳି ସାତମୁଣ୍ଡିଆ ସାପଥିବା ନେଇ ଆମ ଭିତରେ ବିଶ୍ୱାସ ରହିଛି । ଟିଭି ସ୍କ୍ରିନରେ ମଧ୍ୟ ରାମାନନ୍ଦ ସାଗରଙ୍କ ନିର୍ମିତ ଆନିମେଟଟେ ସାପ ବି ଆପଣ ଦେଖୁଛନ୍ତି ।

କେବଳ ଟିଭି ସ୍କ୍ରିନରେ ଦେଖିଆସୁଥିବା ସାତମୁଣ୍ଡିଆ ସାପ ଏବେ ପ୍ରକୃତରେ ରହିଛି ବୋଲି ଚର୍ଚ୍ଚା ବଢିଛି । ହେଲେ ବିଶେଷଜ୍ଞ କହୁଛନ୍ତି, ଏଭଳି ସାପ ଆଜି ଯାଏଁ ଦେଖାଯାଏ ନାହିଁ । ସାପର ଦୁଇଟି ମୁଣ୍ଡ ଥାଇପାରେ । ମଣିଷଠାରୁ ଆରମ୍ଭ କରି ଅନ୍ୟ ଜୀବଜନ୍ତୁଙ୍କ ଯେଭଳି ଏକାଧିକ ଅଙ୍ଗ ଥିବା ଦେଖାଯାଏ ସେହିଭଳି ସାପର ମଧ୍ୟ ଏକାଧିକ ଅଙ୍ଗ ଥାଇପାରେ । ପୂର୍ବରୁ ମଧ୍ୟ ଏଭଳି ଏକ ସାପର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।