କଂଗ୍ରେସକୁ ଆଉ ଏକ ଶକ୍ତ ଝଟକା ! ବିଜେପିରେ ସାମିଲ ହେଲେ ଶଶି ଥରୁରଙ୍କ ମଉସା-ମାଉସୀ

244

କନକ ବ୍ୟୁରୋ : କେରଳ କଂଗ୍ରେସକୁ ଆଉ ଏକ ଶକ୍ତ ଝଟକା । ଲୋକସଭା ନିର୍ବାଚନ ୨୦୧୯ ପୂର୍ବରୁ କେରଳରେ ବିଜେପିର ସ୍ଥିତି ସୁଦୃଢ଼ ହେବାରେ ଲାଗିଛି । ଗତ ଗୁରୁବାର ଦିନ କଂଗ୍ରେସର ବରିଷ୍ଠ ନେତା ଟମ୍ ବଡ଼୍ଡ଼କନ ବିଜେପିରେ ସମାଲ ହୋଇ ସମସ୍ତଙ୍କୁ ଚମକାଇ ଦେଇଥିଲେ । ଆଉ ଗତକାଲି କଂଗେସେ ନେତା ଶଶି ଥରୁରଙ୍କ ସମ୍ପର୍କୀୟ ବଜେପିରେ ସାମଲି ହୋଇଛନ୍ତି । ସୂଚନା ଅନୁସାରେ ଲୋକସଭା ସାସଂଦ ଶିଶି ଥରୁରଙ୍କ ମାଉସୀ ସୋଭନା ଶଶିକୁମାର ଓ ତାଙ୍କ ସ୍ୱାମୀ ଶଶିକୁମାର ବିଜେପିରେ ସାମଲି ହୋଇଛନ୍ତି ।

କେରଳ ରାଜନୀତିରେ ଏହା ଏକପ୍ରକାର ଚଳହ ସୃଷ୍ଟି କରିଛି । ଗତକାଲି ଶଶି ଥରୁରଙ୍କ ମଉସା ମାଉସୀ ସମେତ ଆଉ ୧୩ ଜଣ ଲୋକ ବଜେପିର ସଦସ୍ୟତା ଗ୍ରହଣ କରିି । ବିଜେପିର ରାଜ୍ୟ ଅଧ୍ୟକ୍ଷ ପି.ଏସ. ଶ୍ରୀଧରନ ପିଲୈ ସମସ୍ତଙ୍କୁ ପାର୍ଟିରେ ସ୍ଵାଗତ କରାଇଥିଲେ। ଏହି ଅବସରରେ ଥରୁରଙ୍କ ମଉସା-ମାଉସୀ କହିଛନ୍ତି ଯେ, ଦୀର୍ଘ ସମୟ ଧରି ସେମାନେ ଭାରତୀୟ ଜନତା ପାର୍ଟିର ବିଚାରଧାରାକୁ ଅନୁସରଣ କରୁଥିଲେ । ବିଜେପିର ବିଚାରଧାରାରେ ପ୍ରଭାବିତ ହୋଇ ସେମାନେ ପଦ୍ମ ଧରିଛନ୍ତି ବୋଲି ପ୍ରକାଶ କରିଛନ୍ତି ।