ସମ୍ବଲପୁରୀ ଆଲବମ ତାରକା ସୀମରନ ମୃତ୍ୟୁ ମାମଲା ! ଅଟକ ସ୍ୱାମୀ ରଂଜୁ ସୁନାକୁ ହେପାଜତକୁ ନେଲା ଝାରସୁଗୁଡା ପୋଲିସ 

ଅଧିକ ତଦନ୍ତ ପାଇଁ କରିବ ଜେରା 

360

କନକ ବ୍ୟୁରୋ : ସମ୍ବଲପୁରୀ ଆଲବମ ଅଭିନେତ୍ରୀ  ସିମରନଙ୍କ ମୃତ୍ୟୁ ଘଟଣାରେ ସ୍ୱାମୀ ରଞ୍ଜୁ ସୁନାକୁ ପୋଲିସ ଉଠାଇ ନେଇ ଅଟକ ରଖିଛି । ରଞ୍ଜୁକୁ ଅଟକ ରଖି ପୁଲିସ ତଦନ୍ତ ଜୋରଦାର କରିଛି ।  ରଂଜୁଙ୍କୁ ଝାରସୁଗୁଡା ପୋଲିସ ଅଧିକ ତଦନ୍ତ ପାଇଁ ନିଜ ହେପାଜତକୁ ନେଇଛି । ତାଙ୍କୁ ବେଳପଡା ପୋଲିସ ଅଟକ ରଖିଥିଲା । ସିମରନ ମୃତ୍ୟୁ ଘଟଣାରେ ତାଙ୍କ କୌଣସି ଭୂମିକା ନାହିଁ ବୋଲି ରଂଜୁ ସୁନା କହିଛନ୍ତିି । ସିମରନଙ୍କ ପରିବାର ଲୋକେ ଆଣିଥିବା ଅଭିଯୋଗ ବି ସତ ନୁହେଁ ବୋଲି କହିଛନ୍ତି ରଞ୍ଜୁ ।

ସୋନପୁରରେ ଗୋଟିଏ ମଂଚରେ ପୋଗ୍ରାମ କରୁଥିବା ସମୟରେ ପ୍ରେମରେ ପଡିଯାଇଥିଲେ ସୋଲଫି ବେବୋ ସିମରନ ଏବଂ ରଞ୍ଜୁ ସୁନା । ସମ୍ପର୍କ ଦିନକୁ ଦିନ ଯେତିକି ନିବିଡ ହେଉଥିଲା ଉଭୟଙ୍କ ମଧ୍ୟରେ ତିକ୍ତତା ମଧ୍ୟ ଲାଗିରହୁଥିଲା । ଅନ୍ୟ କାହା ସହ ଯାଇ ବାହାରେ କାର‌୍ୟ୍ୟକ୍ରମ କରିବାକୁ ପସନ୍ଦ କରୁନଥିଲେ ରଞ୍ଜୁ ସୁନା । ଏସବୁ ଭିତରେ ସମ୍ବଲପୁରର ମହାନଦୀ ବ୍ରିଜ ତଳୁ ମିଳିଥିଲା ସିମରନଙ୍କ ମୃତଦେହ । ଏବେ ନଜର ଘଟଣା ଆଗକୁ କି ମୋଡ ନେଉଛି । ଗୁରୁବାର ସମ୍ବଲପୁରର ମହାନଦୀ ବ୍ରିଜ ତଳେ ସିମରନଙ୍କ ମୃତଦେହ ମିଳିଥିଲା । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସ  ଅଧିକ ତନାଘନା କରୁଛି ।