କନକ ବ୍ୟୁରୋ : ଏଣିକି ସ୍କୁଲ ବହି କିଣିବା ପାଇଁ ଦୋକାନରୁ ଦୋକାନ ବୁଲିବା ପାଇଁ ପଡ଼ିବ ନାହିଁ । ଅର୍ଡର ଦେଲେ ଘରେ ପହଁଚିଯିବ ସବୁପ୍ରକାର ବହି । ପ୍ରଥମେ ବହି ବିକ୍ରିରୁ ଆରମ୍ଭ ହୋଇଥିବା ଇ-କମର୍ସ ସାଇଟ ଆମାଜନ ଗ୍ରାହକଙ୍କ ପାଇଁ ଆଣିଛି ଏପରି ଅଭିନବ ଯୋଜନା । ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଚିନ୍ତା ଦୂର କରିବା ପାଇଁ ଆମାଜନ୍ ଦେଇଛି ୱାନପ୍ଲସ୍ ସଲ୍ୟୁସନ୍ । ଅର୍ଥାତ୍ ଆମାଜନରେ ବହି ଅର୍ଡର କଲେ ଆପଣଙ୍କ ଘରେ ପହଁଚିଯିବ ବହି । ‘ସ୍କୁଲ ବୁବୁକଷ୍ଟୋର’ ନାଁରେ ଆମାଜନ ଆଣିଛି ଏହି ନୂଆ ସେଗମେଂଟ । ନର୍ସରୀରୁ ଦ୍ୱାଦଶ ଯାଏଁ ସବୁପ୍ରକାର ବହି ରହିଛି ଏହି ଅନଲାଇନ୍ ଷ୍ଟୋରରେ ।
ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଚିନ୍ତା ଦୂର କରିବାକୁ ଅନଲାଇନ ରିଟେଲ ସାଇଟ୍ ଆମାଜନ ଆଣିଛି ୱାନଷ୍ଟପ୍ ସଲ୍ୟୁସନ୍ । ନୂଆ ଶିକ୍ଷାବର୍ଷ ଆରମ୍ଭ ହେଉଥିବାବେଳେ ଘରେ ବସି ସ୍କୁଲ ବହିସବୁ କିଣିବାକୁ ସୁଯୋଗ ଆଣିଦେଇଛି ଆମାଜନ ଇଣ୍ଡିଆ । ‘ସ୍କୁଲ ବୁକଷ୍ଟୋର’ ନାଁରେ ଭାରତୀୟଙ୍କ ପାଇଁ ଇ-କମର୍ସ ସଂସ୍ଥା ଆଣିଛି ସ୍ୱତନ୍ତ୍ର ସେଗମେଂଟ । ଯେଉଁଠି ସ୍କୁଲ ପାଠ୍ୟପୁସ୍ତକ, ଗାଇଡ, ନୋଟବୁକ ଓ ଅନ୍ୟାନ୍ୟ ପାଠ୍ୟ ଉପକରଣ ସହ ରହିଛି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ବହି ।
/kanak/media/post_attachments/wp-content/uploads/2018/06/amazon_pay_pexels-photo-273274.jpg)
ଆମାଜନ୍ ‘ସ୍କୁଲ ବୁକଷ୍ଟୋର’
- ନର୍ସରିରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ରହିଛି ପାଠ୍ୟପୁସ୍ତକ
- ସିବିଏସଇ, ଆସିଏସଇ ଏବଂ ଏନସିଇଆରଟି ବହି ଉପଲବ୍ଧ
- ଶ୍ରେଣୀ ଓ ବିଷୟ ଅନୁଯାୟୀ ବହିଗୁଡିକୁ ନେଇ ରହିଛି ସ୍ୱତନ୍ତ୍ର ସେଗମେଂଟ
- ଅନଲାଇନରେ ଅର୍ଡର କଲେ ଘରେ ଆସି ପହଂଚିଯିବ ପସନ୍ଦର ବହି
- ଆମାଜନର ରିହାତି ସହ ଇ-ୱାଲେଟ ପେମେଂଟରେ ବି ରହିଛି ସ୍ୱତନ୍ତ୍ର ରିହାତି
ସବୁଠାରୁ ବଡକଥା ହେଉଛି କେବଳ ସ୍କୁଲ ପାଠ୍ୟପୁସ୍ତକ ଛଡା ଏହି ଅନଲାଇନ ସ୍କୁଲ ବୁକଷ୍ଟୋରରେ ରହିଛି ଅନ୍ୟାନ୍ୟ ପାଠ୍ୟପୁସ୍ତକ । ଛାତ୍ରଛାତ୍ରୀଙ୍କ ବୌଧିକ ବିକାଶ ପାଇଁ ଏହି ପୁସ୍ତକଗୁଡିକ ବେଶ ସହାୟକ ହେବ ।
- ଜେଇଇ, ଏନଇଇଟି ଓ ଅଲିମ୍ପିଆଡ ପରି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ବହି
- ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପ୍ରସ୍ତୁତିରେ ସହାୟକ ହେବ ଗାଇଡ ବୁକ୍ ଓ ସାମ୍ପୁଲ ପେପର
- ଅର୍ଡର କରିଥିବା ବହି ଘରେ ପହଂଚିବା ପରେ କ୍ୟାସ ଅନ ଡେଲିଭରି ସୁବିଧା ଅଛି
ଏହାଛଡା ନିର୍ଦ୍ଦିଷ୍ଟ ସ୍କୁଲଗୁଡିକର ବହି ଗୋଟିଏ ସ୍ଥାନରେ ଉପଲବ୍ଧ କରାଉଛି ଆମାଜନ ଇଣ୍ଡିଆ ।