କର୍ଣ୍ଣାଟକରେ ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ଆଶ୍ୱସ୍ତି : ସୁପ୍ରିମକୋର୍ଟ କହିଲେ, ଲଢିପାରିବେ ନିର୍ବାଚନ

199

କନକ ବ୍ୟୁରୋ : କର୍ଣ୍ଣାଟକରେ ବାଚସ୍ପତିଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ହୋଇଥିବା ୧୭ ଜଣ ବିଧାୟକଙ୍କୁ ମିଳିଛି ବଡ ଆଶ୍ୱସ୍ତି । ଅଯୋଗ୍ୟ ଘୋଷିତ ୧୭ବିଧାୟକ ନିର୍ବାଚନ ଲଢିପାରିବେ । ଏହି ସମସ୍ତ ବିଧାୟକଙ୍କ ଉପରେ ଲାଗିଥିବା କଟକଣାକୁ ଉଠାଇ ଦେଇଛନ୍ତି ସୁପ୍ରିମକୋର୍ଟ । ଆଗକୁ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନରେ ଏହି ସମସ୍ତ ବିଧାୟକ ଅଂଶଗ୍ରହଣ କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

କର୍ଣ୍ଣାଟକରେ ଆସନ୍ତା ୫ ଡିସେମ୍ୱରରେ ଉପନିର୍ବାଚନରେ ହେବାକୁ ଯାଉଛି । ବିଧାନସଭା କାର୍ଯ୍ୟକାଳ ସରିବା ଯାଏଁ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରିପାରିବେ ନାହିଁବୋଲି କହିବା ସହ ଏପରି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍ ଏନଭି ରମନା, ସଂଜୀବ ଖନ୍ନା ଓ କ୍ରୀଷ୍ଣା ମୁରାରୀ ଏହି ମାମଲାର ଶୁଣାଣି କରିଥିଲେ । ଗତ ଜୁଲାଇରେ କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା କାରଣରୁ କଂଗ୍ରେସର ୧୪, ଜେଡିଏସର ୩ ବିଧାୟକଙ୍କୁ ତକ୍ରାଳୀନ ବାଚସ୍ପତି ରମେଶ କୁମାର ଅଯୋଗ୍ୟ ଘୋଷଣା କରିଥିଲେ ।

ବାଚସ୍ପତିଙ୍କ ଦ୍ୱାରା ଅଯୋଗ୍ୟ ଘୋଷଣା କରାଯିବା ବିପକ୍ଷରେ ସମସ୍ତ ବିଧାୟକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ପରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।