ବଲାଙ୍ଗୀରରେ ସମ୍ବଲପୁରୀ ଶାଢୀକୁ ନେଇ ବିବାଦ !

61

କନକ ବ୍ୟୁରୋ : ବଲାଙ୍ଗୀରରେ ସମ୍ବଲପୁରୀ ଶାଢୀକୁ ନେଇ ବିବାଦ । ଆସନ୍ତା ୨୯ରୁ ମେ୧  ପର୍ଯ୍ୟନ୍ତ ଦିଲ୍ଲୀରେ ପାଲିତ ହେବ ଓଡିଶା ପର୍ବ । ଏହାକୁ ଓଡିଆ ସମାଜ ଆୟୋଜନ କରୁଥିବା ବେଳେ ଏଥିରେ ପ୍ରଦର୍ଶିତ ହେବ ଓଡିଶାର ପାରମ୍ପାରିକ ଶାଢୀ ଓ ବସ୍ତ୍ର । ତେବେ ଏଥିପାଇଁ ଜାରି କରାଯାଇଥିବା ବିଜ୍ଞାପନରେ ସମ୍ବଲପୁରୀ ଶାଢୀକୁ ଓଡିଶୀ ଶାଢୀ ଭାବରେ ଦର୍ଶା ଯାଇ ତାକୁ ଓଡିଶୀ ଶାଢୀ ନାଁରେ ବିକ୍ରି କରାଯିବାର ସୂଚନା ରହିଛି ।

ଫଳରେ ଏହି ଅଂଚଳର ଲୋକେ ନିଜର ହାତବୁଣା ସମ୍ବଲପୁର ଶାଢୀକୁ ଓଡିଶୀ ଶାଢୀ ନାଁରେ ବିକ୍ରି କରିବାକୁ ବିରୋଧ କରିଛନ୍ତି । ସମ୍ବଲପୁରୀ ଶାଢୀ ଓ ବୁଣାକାର ମାନଙ୍କ ପାଇଁ ଏହା ପରିହାସ ବୋଲି କହିଛନ୍ତି । ସମ୍ବଲପୁରୀ ଶାଢୀକୁ ଓଡିଶୀ ଶାଢୀ କହିବା ବନ୍ଦ କରିବାକୁ ଦାବି ହୋଇଛି । ନହେଲେ ଏହାକୁ ନେଇ ବଡ ଆନ୍ଦୋଲନ କରିବେ ବୋଲି ଆନ୍ଦୋଳନ କାରୀ କହିଛନ୍ତି ।