କନକ ବ୍ୟୁରୋ : ବଲାଙ୍ଗୀରରେ ସମ୍ବଲପୁରୀ ଶାଢୀକୁ ନେଇ ବିବାଦ । ଆସନ୍ତା ୨୯ରୁ ମେ୧ ପର୍ଯ୍ୟନ୍ତ ଦିଲ୍ଲୀରେ ପାଲିତ ହେବ ଓଡିଶା ପର୍ବ । ଏହାକୁ ଓଡିଆ ସମାଜ ଆୟୋଜନ କରୁଥିବା ବେଳେ ଏଥିରେ ପ୍ରଦର୍ଶିତ ହେବ ଓଡିଶାର ପାରମ୍ପାରିକ ଶାଢୀ ଓ ବସ୍ତ୍ର । ତେବେ ଏଥିପାଇଁ ଜାରି କରାଯାଇଥିବା ବିଜ୍ଞାପନରେ ସମ୍ବଲପୁରୀ ଶାଢୀକୁ ଓଡିଶୀ ଶାଢୀ ଭାବରେ ଦର୍ଶା ଯାଇ ତାକୁ ଓଡିଶୀ ଶାଢୀ ନାଁରେ ବିକ୍ରି କରାଯିବାର ସୂଚନା ରହିଛି ।
ଫଳରେ ଏହି ଅଂଚଳର ଲୋକେ ନିଜର ହାତବୁଣା ସମ୍ବଲପୁର ଶାଢୀକୁ ଓଡିଶୀ ଶାଢୀ ନାଁରେ ବିକ୍ରି କରିବାକୁ ବିରୋଧ କରିଛନ୍ତି । ସମ୍ବଲପୁରୀ ଶାଢୀ ଓ ବୁଣାକାର ମାନଙ୍କ ପାଇଁ ଏହା ପରିହାସ ବୋଲି କହିଛନ୍ତି । ସମ୍ବଲପୁରୀ ଶାଢୀକୁ ଓଡିଶୀ ଶାଢୀ କହିବା ବନ୍ଦ କରିବାକୁ ଦାବି ହୋଇଛି । ନହେଲେ ଏହାକୁ ନେଇ ବଡ ଆନ୍ଦୋଲନ କରିବେ ବୋଲି ଆନ୍ଦୋଳନ କାରୀ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/Screen-shot-2017-04-10-at-5.25.45-PM.png)