ନବବର୍ଷରେ ଚଳଚଂଚଳ ମା ସମଲେଶ୍ୱରୀଙ୍କ ପୀଠ! ମା’ଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼

53

କନକ ବ୍ୟୁରୋ : ବିଦାୟ ନେଇଛି ବର୍ଷ ୨୦୧୮ । ନୂତନ ଆଶା ଓ ଉଦ୍ଦୀପନା ନେଇ ଆସିଛି ବର୍ଷ ୨୦୧୯ । ନୂତନ ବର୍ଷରେ ବର୍ଷ ତମାମ କେମେତି ନିଜ ପରିବାର ଲୋକଙ୍କର ସୁଖ ସମୃଦ୍ଧି ବଜାୟ ରହିବ ସେନେଇ ସମ୍ବଲପୁରର ମା ସମଲେଶ୍ୱରୀଙ୍କ ଠାରେ ପ୍ରାଥର୍ନା କରିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।

samaleswari temple

ନବବର୍ଷର ପ୍ରଥମ ଦିନରେ ଚଳଚଂଚଳ ହୋଇ ଉଠିଛି ମା ସମଲେଶ୍ୱରୀଙ୍କ ପୀଠ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଜି ସକାଳୁ ସକାଳୁ ମା ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ । ଆଜି ନବବର୍ଷରେ କିଏ ପୂଜା ସାମଗ୍ରୀ ଧରି ଲମ୍ବା ଲାଇନରେ ମାଙ୍କ ଦର୍ଶନ ପାଇଁ ଆତୁର ନୟନରେ ଛିଡ଼ା ହୋଇଛି ତ ଆଉ କିଏ ଦୀପ ଜାଳି ମନସ୍କାମନା ପୂରଣ ହେବାପାଇଁ ମାଙ୍କ ଠାରେ ଗୁହାରି କରୁଛନ୍ତି । ଓଡ଼ିଶା ସମେତ ଅନେକ ଭକ୍ତ ବାହାର ରାଜ୍ୟରୁ ମାଙ୍କ ଦର୍ଶନ ପାଇଁ ଆସିଛନ୍ତି ।

ଆଜି ଭୋର ୪ଟା ମାଙ୍କ ମନ୍ଦିର ଖୋଲିଥିଲା । ମାଙ୍କୁ ସ୍ନାନ କରାଇ ପାଟ ବସ୍ତ୍ର ପରିଧାନ କରି ଭୋର ୫ଟାରେ ମାଙ୍କ ବିଧି ପୁର୍ବକ ପୂଜାର୍ଚ୍ଚନା ସରିବା ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ମନ୍ଦିର ଦ୍ୱାର ଖୋଲା ଯାଇଥିଲା । ଚଳିତ ବର୍ଷ ରାଜ୍ୟ ତଥା ରାଜ୍ୟ ବାହାରର ଲକ୍ଷାକ୍ôଷକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।  ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖି ଆଗରେ ରଖି ମନ୍ଦିର ଟ୍ରଷ୍ଟ ବୋର୍ଡ଼ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।  ବର୍ଷ ତମାମ କିପରି ପରିବାର ବର୍ଗଙ୍କ ମଧ୍ୟରେ ଶୁଖ ଶାନ୍ତି ବଜାୟ ରହିବ ସେଥିପାଇଁ ମା ସମଲେଶ୍ୱରୀଙ୍କ ଠାରେ ସମସ୍ତେ ନତ ମସ୍ତକ ହୋଇ ପ୍ରାଥନା କରିଛନ୍ତି ।