ନରପିଶାଚଙ୍କୁ ଏନକାଉଂଟର ପରେ ସାରା ଦେଶରେ ଖୁସିର ପରିବେଶ :ପୁଲିସ କାର୍ଯ୍ୟକୁ ସାଲ୍ୟୁଟ୍ କଲେ ମହିଳା . . . . ଓଡ଼ିଶାରେ ବି ଜନସାଧାରଣଙ୍କ ପ୍ରତିକ୍ରିୟା, ଠିକ୍ କରିଛି ହାଇଦ୍ରାବାଦ ପୋଲିସ

871

କନକ ବ୍ୟୁରୋ : ଦଣ୍ଡ ପାଇଲେ ନରପିଶାଚ । ଡାକ୍ତରାଣୀଙ୍କୁ ଦୁଷ୍କର୍ମ କରି ଯେଉଁଠି ମାରିଥିଲେ ସେହିଠାରେ ନିହତ ହେଲେ ଅଭିଯୁକ୍ତ ଦୁଷ୍କର୍ମକାରୀ । ଅଭିଯୁକ୍ତଙ୍କ ଏନକାଉଂଟର ପରେ ସାରା ଦେଶରେ ଖୁସିର ପରିବେଶ ଦେଖାଦେଇଛି । ପୁଲିସ କାର୍ଯ୍ୟକୁ ସାଲ୍ୟୁଟ୍ କରିଛନ୍ତି ମହିଳା । ଏପରିକି ଘଟଣାସ୍ଥଳରେ ଫୁଲ ବର୍ଷା କରିଛନ୍ତି ଜନତା । ଓଡ଼ିଶାରେ ଜନସାଧାରଣ ମଧ୍ୟ ପୋଲିସକୁ ସାବାସୀ ଦେବାସହ କହିଛନ୍ତି, ଠିକ୍ କରିଛି ହାଇଦ୍ରାବାଦ ପୋଲିସ । ହାଇଦ୍ରାବାଦ ମହିଳା ଡାକ୍ତରଙ୍କ ୪ ଗଣଦୁଷ୍କର୍ମ ଓ ହତ୍ୟାକାରୀ ମହମ୍ମଦ ଆରିଫ୍, ଜୋଲୁ ନବୀନ, ଜୋଲୁ ଶିବା ଓ ଚିନ୍ତାକୁଟା ସାଭୁଲୁଙ୍କୁ ଏନକାଉଂଟର କରିଛି ପୁଲିସ ।

ତେବେ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତମାନେ ପୁଲିସ କବଳରୁ ଖସି ପଳାଉଥିବା ବେଳେ ପୁଲିସ ତାଙ୍କୁ ଏନକାଉଂଟର କରିଛି । ତେବେ ହାଇଦ୍ରାବାଦ ୪୪ ନମ୍ବର ଜାତୀୟ ରାଜପଥରେ ଗତକାଲି ରାତି ୩ଟାରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇଥିଲା ପୁଲିସ । ସେହି ସମୟରେ ଅଭିଯୁକ୍ତମାନେ ପୁଲିସ କବଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ପୁଲିସ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରୁଥିବା ବେଳେ ଦୁଷ୍କର୍ମକାରୀମାନେ ପୁଲିସ ଉପରକୁ ପଥର ମାଡ କରିଥିଲେ ।

ତେଣୁ ବାଧ୍ୟ ହୋଇ ଚେତନାପାଲୀର  ଓଭରବ୍ରିଜ ପାଖରେ ପୁଲିସ ସେମାନଙ୍କୁ ଏନକାଉଂଟର  କରିଛି । ତେବେ ଅଭିଯୁକ୍ତଙ୍କ ମୃତ୍ୟୁ ନେଇଉ ସ୍ପଷ୍ଟ କରିଛନ୍ତି ତେଲେଙ୍ଗାନା ପୁଲିସ କମିଶନର । ଗତ ସପ୍ତାହରେ ଡାକ୍ତରାଣୀ ଘରକୁ ଫେରୁଥିବା ବେଳେ ତାଙ୍କୁ ଯୋଜନବଦ୍ଧ ଭାବେ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିଲେ । ଦୁଷ୍କର୍ମକାରୀ ଯୁବତୀଙ୍କୁ ଜୋରଜବରଦସ୍ତ ମଦ ପିଆଇ ତାଙ୍କ ସହ ଦୁଷ୍କର୍ମ କରିବା ପରେ ଏକ ଟ୍ରକରେ ନେଇ ଅନ୍ୟଏକ ସ୍ଥାନରେ ପୋଡି ଦେଇଥିଲେ ।