ମାଲେଗାଁ ବିସ୍ପୋରଣ ମାମଲାରେ ସ୍ୱାଧ୍ୱୀ ପ୍ରଜ୍ଞାଙ୍କୁ ଜାମିନ ! ୫ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚଲିକାରେ ବମ୍ବେ ହାଇକୋର୍ଟର ସର୍ତମୂଳକ ଜାମିନ

33

କନକ ବ୍ୟୁରୋ : ମାଲେଗାଓଁ ବିସ୍ଫୋରଣ ମାମଲାରେ ସାଧ୍ୱୀ ପ୍ରଜ୍ଞାଙ୍କୁ ମିଳିଲା ଜାମିନ । ବମ୍ବେ ହାଇକୋର୍ଟ ତାଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୫ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ମିଳିଛି । ତାଙ୍କ ପାସପୋର୍ଟ ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ଯାଂଚ ସମୟରେ ସହଯୋଗ କରିବା ସହ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ଲାଗି ସାଧ୍ୱୀ ପ୍ରଜ୍ଞାଙ୍କ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୦୮ ମାଲେଗାଓଁ ବିସ୍ଫୋରଣ ଘଟଣାର ଅନ୍ୟତମ ଅଭିଯୁକ୍ତ କର୍ଣ୍ଣଲ ପ୍ରସାଦ ପୁରୋହିତଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି ।