ପୁଣି ଚର୍ଚ୍ଚାରେ ସାଧ୍ୱୀ ପ୍ରଜ୍ଞା ! ଦିଗବିଜୟ ସିଂଙ୍କୁ ଆତଙ୍କବାଦୀ ସହ ତୁଳନା କଲେ ଭୋପାଳ ବିଜେପି ସାଂସଦ ପ୍ରାର୍ଥୀ

159

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ସାଧ୍ୱୀ ପ୍ରଜ୍ଞା ଠାକୁର । ତାଙ୍କ ପାଟିରେ ଆଉ ବାଡ଼ବତା ରହୁନାହିଁ । କେତେବେଳେ ସହିଦଙ୍କୁ ନେଇ ବିବାଦୀୟ ବୟାନ ଦେଉଛନ୍ତି, ତ ଆଉ କେତେବେଳେ କାହାକୁ ଆତଙ୍କବାନୀ କହିପକାଉଛନ୍ତି । ମଧ୍ୟପ୍ରଦେଶର ଭୋପାଳ ସଂସଦୀୟ କ୍ଷେତ୍ରରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର ଆଜି କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କୁୁ ଆତଙ୍କବାଦୀ ସହ ତୁଳନା କହିଛନ୍ତି । ଭୋପାଳର ସିହୋରୀର ନିର୍ବାଚନପ୍ରଚାର କାର୍ଯ୍ୟାଳୟ ଉଦଘାଟନ ବେଳେ ଏପରି ବୟାନ ଦେଇଛନ୍ତି ସାଧ୍ୱୀ ପ୍ରଜ୍ଞା । ଦିଗବିଜୟଙ୍କୁ ଆକ୍ଷେପ କରି ସାଧ୍ୱୀ ପ୍ରଜ୍ଞା କହିଛନ୍ତି, ରାଜ୍ୟରେ ୧୬ ବର୍ଷ ପୂର୍ବରୁ ଉମା ଦିଦି ହରାଇଥିଲେ। ଆଉ ସେବେଠାରୁ ୧୬ ବର୍ଷ ହେଲା ସେ ମୁହଁମାଡ଼ି ପଡ଼ିଛନ୍ତି । ମୁହଁ ଉଠାଇ ପାରୁନାହାନ୍ତି । ଦିଗବିଜୟଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ଆତଙ୍କବାଦୀ ମୂଳପୋଛ ପାଇଁ ସନ୍ୟାସୀନୀ ମୈଦାନକୁ ଓହ୍ଲାଇଛି ।

ସୂଚନାଯୋଗ୍ୟ ଭୋପାର ସଂସଦୀୟ କ୍ଷେତ୍ରରେ କଂଗ୍ରେସର ପୂର୍ବ ମୁଖ୍ୟମନ୍ତ୍ରୀ ଦିଗବବିଜୟ ସିଂଙ୍କୁ ପ୍ରାର୍ଥୀ କରିଛି । ଅନ୍ୟପଟେ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଲଗାତାର ଦିଗବିଜୟଙ୍କୁ ଟାର୍ଗେଟ କରିବା ସହ କଂଗ୍ରେସ ଉପରେ ଲଗାତାର କଡ଼ା ଶବ୍ଦ ବାଣ ପ୍ରୟୋଗ କରୁଛନ୍ତି । ଏହା ପୂର୍ବରୁ ପ୍ରଜ୍ଞା ମୁମ୍ବାଇ ଆତଙ୍କବାସୀ ଗୁଳିରେ ସହିଦ ହୋଇଥିବା ଏଟିଏସ ପ୍ରମୁଖ ହେମନ୍ତ କରକରେଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଅଭିଶାପ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ବୋଲି କହିଥିଲେ । ହେଲ ଚାରିଆଡ଼ୁ ତୀବ୍ର ସମାଲୋଚନା ପରେ ନିଜର ଭୁଲ ବୁଝି କ୍ଷମା ପ୍ରାର୍ଥନା କରିଥିଲେ ସାଧ୍ୱୀ ପ୍ରଜ୍ଞା ।