ଟ୍ରାଫିକ୍ ନୂଆ ନିୟମ ପରେ ବିଭିନ୍ନ ଆରଟିଓ ଅଫିସରେ ଲମ୍ବା ଲାଇନ : ଭିଡ ଏଡାଇବାକୁ ଛୁଟି ଦିନରେ ବି ଖୋଲା ରହିବ ଅଫିସ, ବାହାର କରି ହେବ ଡ୍ରାଇଭିଙ୍ଗ୍ ଲାଇସେନ୍ସ, ଫିଟନେସ୍ ଓ ପ୍ରଦୂଷଣ ସାର୍ଟିଫିକେଟ୍
କନକ ବ୍ୟୁରୋ : ନୂଆ ମୋଟର ଯାନ ଆଇନରେ ମୋଟା ଅଙ୍କର ଜୋରିମାନା ଆଦାୟ ପରେ ଏବେ ଆରଟିଓ କାର୍ଯ୍ୟାଳୟରେ ଶହ ଶହ ଲୋକଙ୍କ ଭିଡ ଜମିଛି । ମୁଖ୍ୟମନ୍ତ୍ରୀଙ୍କ ନିବେଦନ ଅନୁସାରେ ୩ମାସ ଭିତରେ ନିଜ ଗାଡି ପାଇଁ ସବୁ କାଗଜ ପତ୍ର ପ୍ରସ୍ତୁତ କରିବାକୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । ହେଲେ କିଛି ବର୍ଷ ହେଲା ଡ୍ରାଇଭିଂ ଲାଇସେନ୍ସ, ଆରସି ଭଳି ସବୁ ଆବେଦନ ଅନଲାଇନରେ କରିବାକୁ ପଡ଼ୁଛି । ଅନ୍ୟପଟେ ଆରଟିଓ ଅଫିସରେ ସାହାଯ୍ୟ କରିବା ପାଇଁ କେହି କର୍ମଚାରୀ ନାହାନ୍ତି । ଅନଲାଇନରେ ବିଭିନ୍ନ ଫି ଦେବାକୁ ଚାହିଁଲେ ବି ଜମା କରିହେଉନି ।
Kanak News is now on WhatsApp
Join and get latest news updates delivered to you via WhatsApp
କାରଣ ସବୁ ଆରଟିଓ ଅଫିସର ସର୍ଭର ଅଚଳ ରହୁଛି । ଲୋକେ ବାଧ୍ୟ ହୋଇ ସରକାରୀ ଶୁଳ୍କ ଜମା କରିବା ପାଇଁ ଆରଟିଓ ଅଫିସରେ ଭିଡ ଜମାଉଛନ୍ତି । ତେବେ ଏହି ସମସ୍ୟାକୁ ସମାଧାନ କରିବା ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି ଅନୁଯାୟୀ ଛୁଟିଦିନ ଗୁଡିକରେ ମଧ୍ୟ ରାଜ୍ୟର ସମସ୍ତ ଆଂଚଳିକ ପରିବହନ କାର୍ଯ୍ୟାଳୟ ବା ଆରଟିଓ ଅଫିସ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡ୍ରାଇଭିଙ୍ଗ୍ ଲାଇସେନ୍ସ, ଫିଟନେସ୍ ଓ ପ୍ରଦୂଷଣ ସାର୍ଟିଫିକେଟ୍ ଛୁଟି ଦିନରେ ବି ବାହାର କରିହେବ । ଏହା ସହ ବିଭିନ୍ନ କ୍ୟାମ୍ପ କରାଯାଇ ଲୋକଙ୍କୁ କାଗଜପତ୍ର କାମରେ ସହଯୋଗ କରାଯିବ ବୋଲି ସୂଚନା ମିଳିଛି ।