କନକ ବ୍ୟୁରୋ : ଏଣିକି ଆରଟିଓ ବାବଦରେ ଟିକିନିକି ତଥ୍ୟ ଗୁଗଲରୁ ପାଇପାରିବେ ଗାଡି ଚାଳକ । ସମସ୍ତ ଆରଟିଓ ଅଫିସ, ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍, ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟରର ଠିକଣାକୁ ଗୁଗଲ ମ୍ୟାପରେ ସ୍ଥାନିତ କରିବାକୁ ସମସ୍ତ ଆରଟିଓ, ଅତିରିକ୍ତ ଆରଟିଓଙ୍କୁ ଚିଠି ଲେଖିଛନ୍ତି ପରିବହନ କମିଶନର । ଗାଡି ଚାଳକଙ୍କ ସୁବିଧା ପାଇଁ ଏହି ବ୍ୟବସ୍ଥା ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏପରିକି ସମସ୍ତ ଆରଟିଓ ଅଫିସର ଫଟୋ, ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ଫଟୋ ଗୁଗୁଲ ମ୍ୟାପରେ ସ୍ଥାନିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡା ଲର୍ଣ୍ଣିଂ ଓ ଲାଇସେନ୍ସ ପାଇଁ ଆବେଦନ କରିଥିବା ଗାଡି ଚାଳକଙ୍କୁ ଗୁଗଲ ଲୋକେସନର ଲିଙ୍କ୍ ପଠାଇବାକୁ ମଧ୍ୟ କୁହାଯାଇଛି । ଯାହାଫଳରେ ଜଣେ ବ୍ୟକ୍ତି ଗୁଗୁଲ ମ୍ୟାପ୍ ସାହାଯ୍ୟରେ ବେଶ ସହଜରେ ଆରଟିଓ ଅଫିସ ଓ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟରରେ ପହଞ୍ଚିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/RTO.jpg)