କନକ ବ୍ୟୁରୋ : ନେତାଙ୍କୁ ଘାରିଛି କ୍ୱାଟର ପ୍ରୀତି । ଦୀର୍ଘଦିନ ହେବ ବିଧାୟକ ପଦ ଯିବାପରେ ମଧ୍ୟ ଘର ମାଡି ବସିଛନ୍ତି ବହୁ ହେଭିୱେଟ୍ । ସୂଚନା ଅଧିକାର ଆଇନ ବଳରେ ମିଳିଥବା ସୂଚନା ଅନୁସାରେ ୨୯ ଜଣ ପୂର୍ବତନ ବିଧାୟକଙ୍କ ଆଲଟମେଂଟ ବାତିଲ ହୋଇଥିଲେ ମଧ୍ୟ ସରକାରୀ ଘରକୁ କବଜା କରି ରଖିଛନ୍ତି ।

Advertisment

ସୂଚନା ଅଧିକାର ଆଇନ ବଳରେ କନକ ନ୍ୟୁଜ ହାତରେ ଏପରି କିଛି ତଥ୍ୟ ହାତରେ ଲାଗିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ବିଧାୟକ ପଦ ଗଲାଣି, ହେଲେ ସରକାରୀ କ୍ୱାର୍ଟର ଛାଡିବାକୁ ରାଜି ନାହାନ୍ତି ନେତା । ବେଆଇନ ଭାବେ ୨୯ ଜଣ ପୂର୍ବତନ ବିଧାୟକ ମାଡି ବସିଛନ୍ତି ସରକାରୀ ଘର ।

publive-image

ଗତ ଜୁନ ମାସରୁ ଆଲଟମେଂଟ ବାତିଲ ହୋଇଥିବାବେଳେ ସରକାରୀ କ୍ୱାର୍ଟରର ମୋହ ଛାଡି ନାହାନ୍ତି ଅନେକ ହେଭିୱେଟ୍ ନେତା । ୨୯ ଜଣଙ୍କ ମଧ୍ୟରେ ରହିଛନ୍ତି ବିଜେପି ରାଜ୍ୟ ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଦାମ ରାଉତ, ଲାଲବିହାରୀ ହିମିରିକା, ପ୍ରଭାତ କୁମାର ତ୍ରିପାଠୀ, ପୂର୍ବତନ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ପୁଷ୍ପେନ୍ଦ୍ର ସିଂଦେଓ, ସଂଜୟ ଦାସବର୍ମାଙ୍କ ଭଳି ବରିଷ୍ଠ ନେତା । ୨୦୧୪ରୁ ସରୋଜିନୀ ହେମ୍ବ୍ରମଙ୍କ କ୍ୱାଟର ବାତିଲ ହୋଇଥିବା ବେଳେ ସ୍ୱର୍ଗତ ସୁବଳ ସାହୁଙ୍କ କ୍ୱାଟର ୨୦୧୭ରୁ ବାତିଲ ହୋଇଛି । ହେଲେ ଏପର୍ଯ୍ୟନ୍ତ କ୍ୱାର୍ଟର ଖାଲି କରାଯାଇନାହିଁ । ସବୁଠୁ ବଡ଼ କଥା ହେଉଛି, ପୂର୍ବତନ ବିଧାୟକ ଭୁଜବଳ ମାଝି, ଯୋଗେନ୍ଦ୍ର ବେହେରା, ରବି ନାୟକ, ଏକାଧିକ ସରକାରୀ କ୍ୱାଟର ମାଡି ବସିଛନ୍ତି ।

୨୯ ଜଣ ନେତା ସରକାରୀ ଘର କବ୍ଜା କରି ରହିଥିବା ବେଳେ କେବଳ ଦୁଇ ଜଣ ପୂର୍ବତନ ବିଧାୟକ ପ୍ରମିଳା ଗିରି ଓ ଅଂଜଳି ବେହେରାଙ୍କ ସରକାରୀ କ୍ୱାର୍ଟରକୁ ଖାଲି କରାଯାଇଛି ।