କୂଳ ଲଙ୍ଘି ମାଡି ଆସୁଛି ଖରସ୍ରୋତା : ମାତ୍ର ୨୦ ଫୁଟ ଦୂରରେ ରାଜକନିକା ବ୍ଲକର ବରୁଣାଡିହା ପଂଚାୟତର ଗାଁ, ଭୟରେ ୫ହଜାରରୁ ଅଧିକ ଲୋକ

560

କନକ ବ୍ୟୁରୋ : କୂଳ ଲଙ୍ଘି ମାଡିଆସୁଛି ଖରସ୍ରୋତା ନଦୀ । ଆଶା ଅଶଙ୍କାରେ ଜୀବନ ବିତାଉଛନ୍ତି ରାଜକନିକା ବ୍ଲକର ବରୁଣାଡିହା ପଞ୍ଚାୟତର ୫ ହଜାର ଲୋକେ । ନଦୀ ଗର୍ଭରେ ଲିନ ହୋଇଯାଇଛି ହଜାର ହଜାର ହେକ୍ଟର ଚାଷ ଜମି । ଗାଁ ଠାରୁ ମାତ୍ର ୨୦ ଫୁଟ ଦୂରରେ ନଦୀ କେଉଁଠି ଘରକୁ ଲାଗିଗଲାଣି ନଦୀ । ବନ୍ୟା ସମୟରେ ଗାଁ ଭିତରକୁ ଉଠି ଆସନ୍ତି କୁମ୍ଭୀର ଓ ବିଷଧର ସାପ ବୋଲି ଅଭିଯୋଗ କରିଛନ୍ତି ଗାଁ ଲୋକେ । ବାରମ୍ବାର ଗୁହାରି କଲେବି ଶୁଣୁନି ପ୍ରସାଶନ ।

ପଥର ପ୍ୟାକିଙ୍ଗ କରିବାକୁ ଗାଁ ଲୋକମାନେ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ବି କିଛି ଫଳ ମିଳୁନାହିଁ । ପଥର ପ୍ୟାକିଙ୍ଗ କରାନଗଲେ ଏହି ପଞ୍ଚାୟତ ନଦୀ ଗର୍ଭରେ ମିଶିଯିବା ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ତୁରନ୍ତ ପଥର ପ୍ୟାକିଙ୍ଗ କରା ନଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ପଞ୍ଚାୟତବସୀ ।