ବିଧାୟିକା ଭାବେ ଶପଥ ନେଲେ ରୀତା ସାହୁ : ଶପଥ ପାଠ କରାଇଲେ ବାଚସ୍ପତି ସୂର୍ଯ୍ୟନାରାୟଣ  ପାତ୍ର

475

କନକ ବ୍ୟୁରୋ : ବିଜେପୁରରୁ ବିଜୟୀ ହୋଇଥିବା ରୀତା ସାହୁ ଆଜି ବିଧାୟିକା ଭାବେ ଶପଥ ନେଇଛନ୍ତି । ବୁଧବାର ପୂର୍ବାହ୍ନରେ ବିଧାନସଭାରେ ବିଜେପୁରର ବିଜେଡି ବିଧାୟିକା ରୀତା ସାହୁ ଶପଥ ଗ୍ରହଣ କରିଛନ୍ତି । ବାଚସ୍ପତି ସୂର୍ଯ୍ୟନାରାୟଣ  ପାତ୍ର ତାଙ୍କୁ ଶପଥ ପାଠ କରାଇଛନ୍ତି । ବିଜେଡି ଟିକେଟରେ ବିଜେପୁର ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ରୀତା ସାହୁ ରେକର୍ଡ ସଂଖ୍ୟକ ଭୋଟ୍ ପାଇ ବିଜୟିନୀ ହୋଇଥିଲେ ।

ଏହାସହ ବିଧାନସଭାରେ ବିଜେଡି ବିଧାୟିକାଙ୍କ ସଂଖ୍ୟା ୧୪ରେ ପଂହଚିଥିବାବେଳେ ମହିଳା ସଭ୍ୟଙ୍କ ସଂଖ୍ୟା ୧୫ ହୋଇଛି । ବିଜେପିରୁ କେବଳ କୁସୁମ ଟେଟେ ସୁନ୍ଦରଗଡ ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି । ବିଜେଡିରୁ ନିର୍ବାଚିତ ୧୪ ବିଧାୟିକାଙ୍କ ମଧ୍ୟରୁ ଜଣେ କ୍ୟାବିନେଟ ଓ ଅନ୍ୟ ଜଣକୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । ଟିଟିଲାଗଡର ଟୁକୁନି ସାହୁ କ୍ୟାବିନେଟ୍ ଓ କୋଟପାଡର ପଦ୍ମିନୀ ଦିଆନଙ୍କୁ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିଛି । ୨୦୧୪ରେ ପଂଚଦଶ ବିଧାନସଭାକୁ ୧୧ ଜଣ ମହିଳା ବିଧାୟିକା ନିର୍ବାଚିତ ହୋଇଥିଲେ ।