ପାଣି କମିବା ପରେ ଧୀରେ ଧୀରେ ଟାପୁ ଛାଡୁୁଛନ୍ତି ମାଙ୍କଡ : ଜଳବନ୍ଦୀ ମାଙ୍କଡକୁ ଉଦ୍ଧାର କରିବାକୁ ଛତିଶଗଡରେ ଜୋର ଧରିଛି ବଡ ଅପରେସନ, ଦୁଧିଆ ଜଳଭଣ୍ଡାରରୁ ନିଷ୍କାସନ କରାଯାଉଛି ପାଣି 

723

କନକ ବ୍ୟୁରୋ : ଛତିଶଗଡ କାଙ୍କେର ଜିଲ୍ଲାର ଦୁଧୁଆ ଜଳଭଣ୍ଡାର ଭିତରେ ଥିବା ଟାପୁରେ ଫସିଥିବା ମାଙ୍କଡ ଦଳ ଧୀରେ ଧୀରେ ଟାପୁ ଛାଡୁଛନ୍ତି  । ଜଳବନ୍ଦୀ ମାଙ୍କଡଙ୍କୁ ଉଦ୍ଧାର କରିବା ଲାଗି ଛତିଶଗଡ ସରକାର ଚଳାଇଛନ୍ତି ବଡ ଉଦ୍ୟମ । ଦୀର୍ଘ ୫ ଦିନ ଧରି ଟାପୁରେ ଫସିଥିବା ଶତାଧିକ ମାଙ୍କଡଙ୍କୁ ସେଠାରୁ ଉଦ୍ଧାର କରିବାକୁ ଶେଷରେ ଦୁଧୁଆ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯାଉଛି । ଫଳରେ ଜଳସ୍ତର କମିବା ପରେ ମାଙ୍କଡଙ୍କର ସେଠାରୁ ବାହାରିବା ପାଇଁ ବାଟ ଫିଟିଛି ।

ଏବେ ଧୀରେ ଧୀରେ ସେଠାରେ ଫସିଥିବା ମାଙ୍କଡ ଟାପୁ ଛାଡି ବାହାରକୁ ଆସୁଛନ୍ତି । କହିବାକୁ ଗଲେ ଛତିଶଗଡ ସରକାର ଓ ବନବିଭାଗର ଏହି ଉଦ୍ୟମ ସଫଳ ହେବାକୁ ଯାଉଛି । ଦୀର୍ଘ ୫ ଦିନ ଧରି ଟାପୁରେ ଭୋକ ଉପାସରେ ନିରୀହ ଜୀବ ଗୁଡିକ ଫସି ରହିବା ଖବର ଆସିବା ପରଠାରୁ ସେମାନଙ୍କର ଉଦ୍ଧାର ପାଇଁ ଚିନ୍ତା ବଢି ଯାଇଥିଲା ।