ଗ୍ରାହକଙ୍କ ପାଇଁ ଖୁସି ଖବର ! ଜିଓ ସିମ୍ ପରେ ଏବେ ମିଳିବ ମାଗଣା ଡିଟିଏଚ୍ ସେବା

156

ଦେଶରେ ଟେଲିକମ ବ୍ୟବସାୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ରିଲାଏନ୍ସ ଜିଓ ଏବେ ଡିଟିଏଚ କ୍ଷେତ୍ରରେ ମଧ୍ୟ କିଛି ଆଖିଦୃଶିଆ ସେବା ଯୋଗାଇ ଦେବାର ସମ୍ଭାବନା ରହିଛି ବୋଲି ଖବର ଆସୁଛି । ସୂଚନା ଅନୁସାରେ ରିଲାଏନ୍ସ ଜିଓ ମୁମ୍ବାଇ, ପୁନେ ଓ ଚେନ୍ନାଇ ପରି ସହରରେ ଡିଟିଏଚ୍ ସେବା ଆରମ୍ଭ କରିପାରେ । ସେପଟେ ଭୋଡାଫୋନ ଇଣ୍ଡିଆ ମଧ୍ୟ ଏମିତି ଏକ ଯୋଜନା ପାଇଁ ପ୍ରସ୍ତୁତି ଚଳାଇଛି । ଫାଇନାନ୍ସିଆଲ ଏକ୍ସପ୍ରେସ ଖବରକାଗଜ ଅନୁସାରେ ଭୋଡାଫୋନ ୟୁ ବ୍ରଡବ୍ୟାଣ୍ଡର ଅଧିଗ୍ରହଣ କରିନେଇଛି ।

wଏପଟେ ଜିଓ କେବେ ଡିଟିଏଚ ସେବା ନେଇକି ଆସିବ ,ଏନେଇ କୌଣସି ସ୍ଫଷ୍ଟ ସୂଚନା ମଳିନାହିଁ । କିନ୍ତୁ ଜିଓର ସେଟଅପ୍ ବକ୍ସର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କ୍ୟାଣ୍ଡିଟେକ ଓ ଡିଟିଏଚ୍ ଫୋରମର ୱେବସାଇଟରେ ରିଲାଏନ୍ସ ଜିଓର ଲୋଗୋ ଥିବା ସେଟଅପ୍ ବକ୍ସ ଦେଖିବା ପାଇଁ ମିଳୁଛି । କିନ୍ତୁ ୱେବସାଇଟରେ ଦେଖା ଯାଉଥିବା ଫଟୋରେ ଥିବା ସେଟଅପ୍ ବକ୍ସ ସତରେ ବଜାରକୁ ଆସିବ ନା ନାହିଁ ଏଯାଏଁ କିଛି ସ୍ଫଷ୍ଟ ହୋଇନାହିଁ ।

ଯଦି ଭୋଡାଫୋନ ଓ ରିଲାଏନ୍ସ ଜିଓ ବ୍ରଡବ୍ୟାଣ୍ଡ ଜଗତକୁ ଆସୁଛନ୍ତି ତେବେ ଏହା ଭାରତର ଏୟାରଟେଲ ଓ ବିସଏନଏଳ ବ୍ୟବସାୟକୁ କଡା ଟକ୍କର ଦେବ । ଟିଭି ଚ୍ୟାନେଲ ଇଟିନାଓର ସୂଚନା ଅନୁସାରେ ଜିଓ ଭିଡିଓ ଷ୍ଟ୍ରିମିଙ୍ଗ ୱେବସାଇଟ ସହ ମଧ୍ୟ ହାତ ମିଳାଇପାରେ । ଆମଜନ ପ୍ରାଇମ ଓ ନେଟଫ୍ଲିକ୍ସ ସହ ମିଶି ଜିଓ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିପାରେ ବୋଲି ଆଶା କରାଯାଉଛି । ଜିଓ ପ୍ରଥମରୁ ହିଁ ହଟଷ୍ଟାର ସହ ହାତ ମିଳାଇ ସାରଛି । ଜଣାପଡିଛି ଜିଓ କିଛିି ସମୟ ପାଇଁ ଗ୍ରାହକଙ୍କୁ ମାଗଣା ସୁବିଧା ଦେବ ବୋଲି ଜଣାପଡିଛି । ସୂଚନା ଅନୁସାରେ ଜିଓ ଆରମ୍ଭରେ ୩୦୦ ଚ୍ୟାନେଲ ଦେଖାଇବ ।